www.samajalive.in
Sunday, December 14, 2025
26.1 C
Bhubaneswar

କଂଗ୍ରେସ ସମର୍ଥିତ ସମିତିସଭ୍ୟଙ୍କ ବିରୋଧ ପରେ ଶକ୍ତି ଦେଖାଇଲେ ବ୍ଲକ ଅଧ୍ୟକ୍ଷ

ଦେଓଗାଁ : କିଛିଦିନ ତଳେ କଂଗ୍ରେସ ସମର୍ଥିତ ସମିତି ସଭ୍ୟ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟକଳାପକୁ ବିରୋଧ କରି ପିଡିଙ୍କଠାରେ ଫେରାଦ ହୋଇ ଅଭିଯୋଗ କରିବା ପରେ ଦେଓଗାଁ ବ୍ଲକ ରାଜନୀତି ରୋଚକ ମୋଡ଼ରେ ରହିଛି। ବନ୍ଧୁ ମିଳନ ନାଁରେ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ବିଜେଡି ସମର୍ଥିତ ସମିତି ସଭ୍ୟ ଓ ସରପଞ୍ଚଙ୍କୁ ଏକଜୁଟ କରି ନିଜର ସାଂଗଠନିକ ଶକ୍ତି ପ୍ରଦର୍ଶନ କରିଛନ୍ତି। ଫଳରେ ଏହାକୁ ନେଇ ଦେଓଗାଁ ବ୍ଲକରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି।

ଦେଓଗାଁ ବ୍ଳକ ଅନ୍ତର୍ଗତ ବଡବନ୍ଧ ପଞ୍ଚାୟତର କୁରୁଆଝରଠାରେ ବ୍ଲକ ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦୁଇ ଜଣ ଜିଲ୍ଲା ପରିଷଦ ମମତା କୁମୁରା ଓ ସୁମତି ସେଠଙ୍କ ସହ ୧୩ ଜଣ ସମିତି ସଭ୍ୟ, ୧୮ ଜଣ ସରପଞ୍ଚ ଯୋଗଦେଇ ବ୍ଲକରେ କଂଗ୍ରେସ ସମର୍ଥିତ ସମିତି ସଭ୍ୟ ସରପଞ୍ଚମାନେ ନିଜର ସ୍ୱାର୍ଥ ସାଧନ ପାଇଁ କରୁଥିବା କୁତ୍ସିତ ରାଜନୀତିକୁ ବିରୋଧ କରି ଆଗାମୀ ଦିନରେ ଏକ ହୋଇ କଂଗ୍ରେସ ବିରୁଦ୍ଧରେ ଲଢେଇ କରି ବ୍ଲକ ଅଧ୍ୟକ୍ଷଙ୍କୁ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରାଯିବ ବୋଲି କହିଥିଲେ। ନିର୍ବାଚନରେ କିଏ କେତେବେଳେ କେଉଁ ଭୂମିକାରେ ରହିବ ତାହା କେହି କହିପାରିବେ ନାହିଁ । ମତେ ଗତ ଅଧ୍ୟକ୍ଷ ନିର୍ବାଚନରେ ଯେଉଁ ସାହାଯ୍ୟ ସହଯୋଗ କରିଥିଲେ ତା’ ବଦଳରେ ମୁଁ ଉଠବସ ହେବିନାହିଁ। ବେଆଇନ ଭାବରେ କାମ ହାସଲ କରାଇନେବାକୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ମୁଁ ପ୍ରଶ୍ରୟ ଦେବିନାହିଁ। କିଛି ସମିତି ସଭ୍ୟଙ୍କ ସ୍ୱାର୍ଥରେ ବାଧା ହେବାରୁ ସେମାନେ ମୋ ବିରୁଦ୍ଧରେ ମିଛ ଅଭିଯୋଗ ଆଣି ବଦନାମ କରୁଛନ୍ତି। ଆପଣମାନେ ମତେ ଓ ମୋ ଦଳକୁ ସହଯୋଗ କରନ୍ତୁ ମୁଁ ଆପଣଙ୍କ ସେବାରେ ସବୁବେଳେ ରହିବି ବୋଲି ବ୍ଳକ ଅଧ୍ୟକ୍ଷ ଶ୍ରୀ ଖମାରୀ ପ୍ରକାଶ କରିଥିଲେ। ପରେ ସମସ୍ତ ସମିତି ଓ ସରପଞ୍ଚ ଏକ ସ୍ବରରେ ଆମେ ଆପଣଙ୍କ ସହ ଅଛୁ, ଆଗାମୀ ଦିନରେ କଂଗ୍ରେସ ବିରୁଦ୍ଧରେ ଲଢେଇ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ସରପଞ୍ଚ ସଂଘ ସଭାପତି ଗୋପାଳ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ଦେଓଗାଁ ବ୍ଳକ ଉପାଧ୍ୟକ୍ଷଙ୍କ ନେତୃତ୍ୱରେ ୯ ଜଣ ସମିତି ସଭ୍ୟ ବ୍ଳକ ଅଧ୍ୟକ୍ଷ ସମିତି ବୈଠକ ଡାକୁନାହାନ୍ତି, ଫାଇଲରେ କାଉଣ୍ଟର ସାଇନ ଦେଉନାହାନ୍ତି ବୋଲି ଜିଲ୍ଲା ପରିଷଦ ସିଇଓଙ୍କଠାରେ ଅଭିଯୋଗ କରିଥିଲେ। କଂଗ୍ରେସ ସମର୍ଥିତ ସମିତି ସଭ୍ୟମାନେ ବିରୋଧ କରିବା ଜଣାପଡିବା ପରେ ଅଧ୍ୟକ୍ଷଙ୍କଠାରୁ ଦୂରରେ ଥିବା ବିଜେଡି ସମିତି ସଭ୍ୟ ଶିବିର ପରିବର୍ତ୍ତନ କରି ଅଧ୍ୟକ୍ଷଙ୍କ ଶିବିରରେ ସାମିଲ ହୋଇଥିବା ଜଣାପଡିଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories