www.samajalive.in
Sunday, December 14, 2025
26.1 C
Bhubaneswar

ବିଜ୍ଞାନ ଓ ଖାଦ୍ୟମେଳା ଉଦଯାପିତ

ଚୌଦ୍ୱାର : ଚୌଦ୍ୱାର ଥର୍ମାଲ ରୋଡ଼ସ୍ଥିତ ସେଣ୍ଟ ଜିଭିୟର୍ସ ସ୍କୁଲରେ ୨ଦିନ ଧରି ଆୟୋଜିତ ବିଜ୍ଞାନ ଓ ଖାଦ୍ୟମେଳା ଉଦଯାପିତ ହୋଇ ଯାଇଛି । ଅଧ୍ୟକ୍ଷ ଶକ୍ତି ପ୍ରସାଦ ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମଣ୍ଡାପଡ଼ା ଚର୍ଚ୍ଚର ପାଦ୍ରୀ ପ୍ରାଚ୍ୟ ରଞ୍ଜନ ଦାସ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ଏହି ପ୍ରଦର୍ଶନୀରେ ୬୫ରୁ ଅଧିକ ବିଜ୍ଞାନ ପ୍ରକଳ୍ପ ଓ ୫୦ ପ୍ରକାରର ଖାଦ୍ୟ ପ୍ରଦର୍ଶିତ ହୋଇଥିଲା । ଶିକ୍ଷୟତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି ପଦର୍ଶନୀ ପରିଚାଳନା କରିଥିଲେ । ପ୍ରଥମ ଦିନ ଏହି କାଯ୍ୟକ୍ରମକୁ ଅବସରପ୍ରାପ୍ତ ଅଧ୍ୟାପିକା କାଦମ୍ବିନୀ ମହାପାତ୍ର ଉଦଘାଟନ କରିଥିଲେ । ବବିତା ମହାରଣା ଓ ସତ୍ୟ ଶିବ ସୁନ୍ଦର କର ପ୍ରକଳ୍ପ ମୂଲ୍ୟାୟନ କରିଥିଲେ । ଜୟଶ୍ରୀ ମହାନ୍ତି, କବିତାରାଣୀ ଲେଙ୍କା ବିଚାରକ ଭାବେ ଖାଦ୍ୟ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories