www.samajalive.in
Saturday, December 13, 2025
26.1 C
Bhubaneswar

ବେଙ୍ଗାଲୁରୁର ଏକାଧିକ ବିଦ୍ୟାଳୟକୁ ବୋମାରେ ଉଡ଼ାଇବାକୁ ଧମକ; ତନାଘନା ଜାରି

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଅନେକ ସ୍କୁଲକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି। ଶୁକ୍ରବାର ସକାଳୁ ସ୍କୁଲଗୁଡ଼ିକୁ ଏଭଳି ଧମକପୂର୍ଣ୍ଣ ଇମେଲ୍‌ ମିଳିଛି। ପ୍ରାୟ ୪୪ରୁ ଊର୍ଦ୍ଧ୍ବ ସ୍କୁଲକୁ ଏହି ଇମେଲ୍‌ ଆସିଛି। ବିଦ୍ୟାଳୟ ପରିସରରେ ବୋମା ଖଞ୍ଜା ଯାଇଥିବା ଇମେଲ୍‌ରେ ଦାବୀ କରାଯାଇଛି। ଏନେଇ ତୁରନ୍ତ ପୁଲିସକୁ ସୂଚନା ଦିଆଯାଇଥିଲା। ଏହାପରେ ସବୁ ସ୍କୁଲରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳି ନଥିବା ଜଣାପଡ଼ିଛି। ବୋମା ଧମକ ପାଇବାରୁ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ମଧ୍ୟ ଆତଙ୍କ ଖେଳିଯାଇଛି।

ଇ-ମେଲ୍‌ରେ ଜରିଆରେ ପ୍ରଥମ ବୋମା ଧମକ ପାଇଥିଲେ ବାସବେଶ୍ବର ନଗରରେ ଥିବା ନାପେଲ୍‌ ଓ ବିଦ୍ୟାଶିଳ୍ପ ସମେତ ୭ଟି ସ୍କୁଲ୍‌। ସେଥିରୁ ଗୋଟିଏ ସ୍କୁଲ୍‌ କର୍ଣ୍ଣ‌ାଟକର ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାରଙ୍କ ବାସଭବନ ଅପରପାର୍ଶ୍ବରେ ଅବସ୍ଥିତ। ଏନେଇ ଡି. କେ. ଶିବକୁମାର କହିଛନ୍ତି, ମୁଁ ଟିଭିରେ ଦେଖୁଥିଲି, ମୋ ବାସଭବନ ଅପରପାର୍ଶ୍ବରେ ଥିବା ସ୍କୁଲ୍‌କୁ ମଧ୍ୟ ବୋମାରେ ଉଡ଼ାଇବାକୁ ଧମକ ଦିଆଯାଇଛି। ଯାଞ୍ଚ କରିବା ପାଇଁ ମୁଁ ଏଠାକୁ ଆସିଛି। ଏପର୍ଯ୍ୟନ୍ତ ଏହା ଗୋଟାଏ ମିଥ୍ୟା ଧମକ ବୋଲି ମନେହେଉଛି। ତେବେ ଆମକୁ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ।

- Advertisement -

ପରେ ପରେ ଆହୁରି ଅନେକ ଶିକ୍ଷାନୁଷ୍ଠାନ ମଧ୍ୟ ଏଭଳି ଇ-ମେଲ୍‌ ମିଳିଥିଲା। ସତର୍କତାମୂଳକ ପଦକ୍ଷେପସ୍ବରୂପ ବେଙ୍ଗାଲୁରୁ ପୁଲିସ ପକ୍ଷରୁ ଧମକ ମିଳିଥିବା ସ୍କୁଲ୍‌ଗୁଡ଼ିକରୁ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଇଛି। ତେବେ ଏହା ମିଥ୍ୟା ଧମକ ବୋଲି ଜଣାପଡ଼ୁଥିଲେ ମଧ୍ୟ ବୋମା ନିଷ୍କ୍ରିୟକାରୀ ଦଳ ବିଦ୍ୟାଳୟ ପରିସରରେ ତଲାସୀ ଚଳାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories