ହରଭଙ୍ଗା : ଛତ୍ରଙ୍ଗ-କୁଶଙ୍ଗ ପୁର୍ତ୍ତ ବିଭାଗ ରାସ୍ତା ଖରଭୁଇଁ ଠାରେ ଥିବା ଯାତ୍ରୀ ବିଶ୍ରାମଗାର ଏବେ ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ବିଶ୍ରାମଗାର ପରିସରରେ ମଦବୋତଲ ଓ ପ୍ଲାଷ୍ଟିକ ଗ୍ଲାସ ପଡୁଥିବା ବେଳେ ଯାତ୍ରୀଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଥିବା ଅଭିଯୋଗ ହୋଇଛି । ଏହା ଯାତ୍ରୀଙ୍କ ପାଇଁ ଅନୁପେଯାଗୀ ହୋଇପଡିଛି । ଏହା ସହ ନିର୍ମାଣଧିନ ବୃହତ ପାଇପ ଜଳ ଯୋଗାଣ ପ୍ରକଳ୍ପ ପକ୍ଷରୁ ଏକ ମାସହେବ ରାସ୍ତା କଡରେ ମାଟି ଖୋଳି ଦେଇଥିବାରୁ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୁଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଟାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି ।
Popular Categories



