www.samajalive.in
Sunday, December 14, 2025
26.1 C
Bhubaneswar

ହରଭଙ୍ଗା ପୁଲିସର ଅପରେସନ ଗ୍ରୀନ୍ ; ୧୦ ଏକର ଅଞ୍ଚଳରୁ ଗଞ୍ଜେଇ ଗଛ ନଷ୍ଟ

ହରଭଙ୍ଗା : ହରଭଙ୍ଗା ଥାନା ଅର୍ନ୍ତଗତ ଛତ୍ରଙ୍ଗ ପଞ୍ଚାୟତର ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ ନିକଟରେ ବ୍ୟାପକ ଗଞ୍ଜେଇ ଚାଷ ସଂପର୍କରେ ଏକ ଖବର ଗତ ୨୬ତାରିଖ ‘ସମାଜ’ରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ହରଭଙ୍ଗା ଥାନା ଆଇଆଇସି ନଳିନୀ ଦାସ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଗୁରୁବାର ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ସହାୟତାରେ କୁଟିଗାଡୁ ଏବଂ ଆଡିପଦର ଜଙ୍ଗଲ ଜମିରେ  ୧୦ ଏକର ଅଞ୍ଚଳରୁ ଗଞ୍ଜେଇ ଗଛ କଟାଯାଇଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ଥାଉ କି କଣ୍ଟାମାଳ, ବୌଦ୍ଧ ପରେ ଏବେ ହରଭଙ୍ଗା ବ୍ଲକର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ହୋଇଥିବା ଜଣାପଡିଛି। ମାତ୍ର ଏଭଳି ବେଆଇନ ଗଞ୍ଜେଇ ଚାଷ ସର୍ମ୍ପକରେ ଆଗୁଆ କାହା ପାଖରେ ଖବର ନଥିବା ଘଟଣା ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ  ଦିଗରେ ପୁଲିସ,ଅବକାରୀ ଏବଂ ଜଙ୍ଗଲ ବିଭାଗ ସମନ୍ୱୟରେ ପଙ୍ଖାନୁପଙ୍ଖ ଆଲୋଚନା କରାଯାଇ ଏହାର ସମାଧାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories