ଗୁରୁବାର ରାଶିଫଳ (୩୦.୧୧.୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated Nov 30, 2023 Share ମେଷ : ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ଚେତନାର ଉଜ୍ଜ୍ବଳ ପ୍ରଦୀପ ହୋଇପାରନ୍ତି। ନିଜ ପ୍ରତି କଠୋର ହେଉଥିବାବେଳେ ଅନ୍ୟ ପ୍ରତି କୋମଳ ମନୋଭାବର ହେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବୃଷ : ଦୈବୀ ବଳରେ ମହାଶକ୍ତି, ମହାଦ୍ୟୁତିସମ୍ପନ୍ନ ହୋଇପାରନ୍ତି। ଜନସାଧାରଣଙ୍କ ଉପରେ ଆପଣଙ୍କ ପ୍ରଭାବ ଅମୃତମୟ ହେବ। ସହିଷ୍ଣୁ ମନୋଭାବ ନେଇ ଜଗତଜିତା ହେବେ। ଯାନବାହନ ସୁଖ ମିିଳିବ। ମିଥୁନ : ଆୟୁଷ୍ମାନ୍ ହେବେ। ଠାକୁରଙ୍କ ନିକଟରେ ମଧୁର ପ୍ରେମ, ଭକ୍ତି ନିବେଦନ କରିପାରନ୍ତି। ମାନବବାଦର ଚେତନାକୁ ଉପସ୍ଥାପନ କରିପାରନ୍ତି। ଆଧ୍ୟାତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରି ସୁଖ ଭୋଗ କରିବେ। କର୍କଟ : ଧର୍ମାନୁମୋଦିତ ପନ୍ଥାରେ ଜୀବନଯାପନ ଆପଣଙ୍କର ଧ୍ୟେୟ ହେବ। ଏକାନ୍ତରେ ସାଧନା ପାଇଁ ଗିରିରାଜଙ୍କ ଆମନ୍ତ୍ରଣକୁ ରକ୍ଷା କଲେ ସଫଳକାମୀ ହେବେ। ଶରଣାର୍ଥୀଙ୍କ ପାଇଁ ଧନ ବ୍ୟୟ କରିବେ। ସିଂହ : ବୁଦ୍ଧିମାନ୍, ବିବେକୀ, ଦୂରଦ୍ରଷ୍ଟା ଓ ଦାନଶୀଳ ହୋଇ ବି ଆପଣଙ୍କ ଜ୍ଞାନ ପିପାସା ମେଣ୍ଟିବ ନାହିଁ। ପ୍ରତ୍ୟେକ କାର୍ଯ୍ୟ ଓ ଉଦ୍ୟମ ଫଳପ୍ରସୂ ହେବ। ସରକାରୀ ସ୍ତରରୁ ଆର୍ଥିକ ଅନୁଦାନ ସହିତ ପ୍ରଶଂସା ମିଳିବ। କନ୍ୟା : ଜ୍ଞାନର ପ୍ରଦୀପ ଜଳାଇ ସହକର୍ମୀ, ଶୁଭାଧ୍ୟାୟୀ ଓ ଆଶ୍ରିତ-ନିର୍ଭରଶୀଳଙ୍କ ଚଲାପଥକୁ ଆଲୋକିତ କରିପାରନ୍ତି। ପରସ୍ପର ସ୍ନେହରେ ଘରକୁ ବୈକୁଣ୍ଠ ସମାନ କରିବେ। ସରକାରୀ ଅର୍ଥ ମିଳିପାରେ। ସୁଖୀ ହେବେ। Related Posts ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ… Nov 21, 2024 ଓଡ଼ିଶାର ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ୱେବ ଓ… Nov 21, 2024 ତୁଳା : ଈପ୍ସିତ ପଦାର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭାଗ୍ୟ ବଳରେ ବଳୀୟାନ୍ ହେବେ। ଜୀବନକୁ ସହଜଭାବେ ଗ୍ରହଣ କରିବାର ପ୍ରବୃତ୍ତି ଆପଣଙ୍କର ରହିଛି। ପୁଣ୍ୟପ୍ରଭା ପ୍ରତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବିଛା : ଏପରି କାର୍ଯ୍ୟ ନକରନ୍ତୁ; ଯେଉଁଥିରେ କି ଉଜ୍ଜ୍ବଳ ଭବିଷ୍ୟତ ‘ଅଜଣା ବୈତରଣୀ’ ପରି ନ ହେବ। ପରିସ୍ଥିତିରେ ପଡ଼ି ନୈତିକ ମୂଲ୍ୟବୋଧର ଅଧପତନ କରିପାରନ୍ତି। କର୍ମଫଳ ବିଧାନ ଅଟଳ ଓ ଅକାଟ୍ୟ ହେବ। ଧନୁ : ବିଭୁଦତ୍ତ ପ୍ରତିଭା ସମ୍ପନ୍ନ ହେବେ। ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଦିନଟି ସୁଖପୂର୍ଣ୍ଣ ଓ ଆନନ୍ଦଦାୟକ ହେବ। କାମନା ଭଳି ଅଗ୍ନିଶିଖାକୁ ପତ୍ନୀଙ୍କ ସାହଚର୍ଯ୍ୟ ନିର୍ବାପିତ କରିବ। ମକର : ଭ୍ରାତୃତ୍ବର ନିବିଡ଼ ବନ୍ଧନରେ ଅନୁବନ୍ଧିତ ହୋଇ ଶତ୍ରୁକୁ ପରାଜିତ କରିବା ସହିତ ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି କରିବେ। ଚାକିରି ଜୀବନରେ ସେବକ ମନୋଭାବର ହେବେ। ସୁସ୍ଥ ରହିବେ। କୁମ୍ଭ : ସଦାଚାରୀ ହେବେ। ଅତିମାନସ ଜ୍ଞାନଚକ୍ଷୁକୁ ଉନ୍ମୋଚନ କରିବାକୁ ପଡ଼ିବ। ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହେବେ। ଆପଣଙ୍କ ବିଶ୍ବାସୀ ଲୋକ ପରୋକ୍ଷରେ ଅବିଶ୍ବାସୀ ହୋଇପାରନ୍ତି। ମୀନ : ମହତ୍ ପ୍ରୟାସୀ ହୋଇପାରନ୍ତି। ଧର୍ମୀୟ ବିଚାରରେ ଉଦାର ଚରିତ ଓ ଉଦାର ସ୍ବଭାବସମ୍ପନ୍ନ ହେବେ। ଶ୍ରଦ୍ଧା, ପ୍ରେମ ଓ ଶାନ୍ତି ରୂପକ ସର୍ବ ସୁଖ ଭୋଗ କରିପାରନ୍ତି। ମହନୀୟ କର୍ମସମୂହ ଶୀର୍ଷାସନ ଦେଇପାରେ। Share FacebookTwitterWhatsApp
Comments are closed.