www.samajalive.in
Thursday, December 11, 2025
18.1 C
Bhubaneswar

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି ନଇଁ ନଇଁ ଚାଲୁଥିଲେ। ଦୁଇ ଦଶନ୍ଧି ଧରି ଜୀବନ ସହ ଏପରି ସଂଘର୍ଷ କରିବା ପରେ ଶେଷରେ ନୂଆ ଜୀବନ ପାଇଛନ୍ତି ବିଶ୍ଵଭୂଷଣ। ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ ରୋଗରେ ପୀଡ଼ିତ ଥିବା ବିଶ୍ଵଭୂଷଣଙ୍କର ଭୁବନେଶ୍ଵର ଏମସରେ ସଫଳତାର ସହିତ ଅପରେସନ କରାଯାଇଛି। ୩ଟି ଜଟିଳ ଅପରେସନ କରି ତାଙ୍କୁ ଏକ ନୂଆ ଜୀବନ ଦେଇଛନ୍ତି ଡାକ୍ତର। ଯାହା ତାଙ୍କ ପରିବାରକୁ ଦେଇଛି ଅସରନ୍ତି ଖୁସି।

ବିଶ୍ଵଭୂଷଣଙ୍କ ଘର କେନ୍ଦ୍ରାପଡ଼ା ଜିଲାରେ। ପୁରା ନାମ ବିଶ୍ଵଭୂଷଣ ରାଉତ। ୧୭ ବର୍ଷ ବୟସରୁ ସେ ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗରେ ପୀଡ଼ିତ ଥିଲେ। ତାଙ୍କ ମେରୁଦଣ୍ଡ ଏବଂ ଉଭୟ ନିତମ୍ବ ସମ୍ପୂର୍ଣ୍ଣ ମିଶିବା ଭଳି ଅବସ୍ଥାରେ ଥିଲା। ଯାହା ଫଳରେ ତାଙ୍କ ବେକରୁ ନିତମ୍ବ ପର୍ଯ୍ୟନ୍ତ ଅଚଳ ହୋଇଯାଇଥିଲା। ତାଙ୍କ ମେରୁଦଣ୍ଡ ଏବଂ ଜଙ୍ଘ ପ୍ରାୟ ୧୫୦ ଡିଗ୍ରୀ ବଙ୍କି ଯାଇଥିଲା। ତାଙ୍କ ମୁହଁ ପ୍ରାୟ ତାଙ୍କ ଜଙ୍ଘକୁ ଛୁଇଁସାରିଥିଲା। ଏପରି ଅବସ୍ଥା ତାଙ୍କ ଦୈନନ୍ଦିନ ଜୀବନକୁ ଗୁରୁତର ଭାବରେ ପ୍ରଭାବିତ କରିଥିଲା। ଚାଲିବା, ବସିବା ଏବଂ ଶୋଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଥିଲା। ୨୦ ବର୍ଷ ଧରି ତାଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିଲା।

- Advertisement -

ଅତ୍ୟନ୍ତ ଜଟିଳ ଅବସ୍ଥା ଏବଂ ଅପ୍ରତ୍ୟାଶିତ ଅସ୍ତ୍ରୋପଚାର ବିପଦ କାରଣରୁ ପକ୍ଷାଘାତର ଯଥେଷ୍ଟ ସମ୍ଭାବନା ଥିବାରୁ ଓଡ଼ିଶାର ଅନେକ ହସ୍ପିଟାଲ ଏବଂ ଭାରତର ଅନ୍ୟାନ୍ୟ ପ୍ରମୁଖ ପ୍ରତିଷ୍ଠାନ ତାଙ୍କ କେସ୍ ଗ୍ରହଣ କରିପାରି ନ ଥିଲେ। ତାଙ୍କର ଆର୍ଥିକ ସଙ୍କଟ ଉଚ୍ଚମାନର ଘରୋଇ ସ୍ୱାସ୍ଥ୍ୟସେବା ପାଇବାକୁ ବାଧା ସୃଷ୍ଟି କରିଥିଲା।

ତେବେ ଏମ୍ସ ଭୁବନେଶ୍ୱର ଅର୍ଥୋପେଡିକ୍ସ ବିଭାଗ ଓପିଡିକୁ ଏକ ଆଶା ନେଇ ସେ ଆସିଥିଲେ। ସେଠାରେ ବିଭାଗୀୟ ସହକାରୀ ପ୍ରଫେସର୍ ଡ. ଦୀପକ ନେରାଡି ବିଶ୍ବଭୂଷଣଙ୍କୁ ପରୀକ୍ଷା ନିରୀକ୍ଷା କରିବା ପରେ ବିଭାଗୀୟ ମୁଖ୍ୟ ଡ. ବିଷ୍ଣୁ ପ୍ରସାଦ ପାତ୍ରଙ୍କ ମାର୍ଗଦର୍ଶନରେ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କଲେ। ଡ. ନେରାଡି ଏବଂ ଡ. ଗୁରୁଦୀପ ଦାସ ନ୍ୟୁରୋମନିଟରିଂ, ବୋନ୍ ସ୍କେଲପେଲ୍, ହାଇ-ସ୍ପିଡ୍ ବର୍ ଏବଂ ସର୍ଜିକାଲ୍ ମାଇକ୍ରୋସ୍କୋପ୍ ଭଳି ଉନ୍ନତ ଉପକରଣ ବ୍ୟବହାର କରି ଏହି ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହିତ ସମ୍ପନ୍ନ କରିଥିଲେ। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ ରୋଗୀଙ୍କୁ ଭେଟି ବିଭାଗ ଏବଂ ପ୍ରକ୍ରିୟାରେ ସାମିଲ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ।

୩ଟି ଅସ୍ତ୍ରୋପଚାର ପରେ ଯୁବକ ଜଣଙ୍କ ସ୍ବାଭାବିକ ଭାବେ ବସିପାରୁଛନ୍ତି, ଠିଆ ହୋଇପାରୁଛନ୍ତି, ଚାଲିପାରୁଛନ୍ତି, ଏବଂ ସିଧା ଆଗକୁ ଚାହିଁ ମଧ୍ୟ ପାରୁଛନ୍ତି। ଏହା ତାଙ୍କ ଜୀବନର ଗୁଣବତ୍ତା ଏବଂ କାର୍ଯ୍ୟକ୍ଷମତାରେ ଏକ ନାଟକୀୟ ଉନ୍ନତି ଆଣିଛି। ବେସରକାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଏପରି ଅସ୍ତ୍ରୋପଚାର ସାଧାରଣତଃ ୨୫ରୁ ୫୦ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

Related Articles

Popular Categories