www.samajalive.in
Sunday, December 14, 2025
26.1 C
Bhubaneswar

ପାଟଣାରେ ଗଡ଼ିଲା କୃଷି ରଥ

ପାଟଣା : ପାଟଣା କୃଷି ବିଭାଗ ପକ୍ଷରୁ ଖରିଫ କୃଷି ଭିତ୍ତିକ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ବୁଧବାରଠାରୁ କୃଷି ରଥ ଅଞ୍ଚଳ ପରିକ୍ରମା ଆରମ୍ଭ କରିଛି । ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ପତାକା ଦେଖାଇ ଏହି ରଥର ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ଆତ୍ମା ଅଧ୍ୟକ୍ଷ ସୋରେନ ମହାନ୍ତ, ବଡପାଟଣା ସରପଞ୍ଚ ବିନତୀ ବାନରା, କଣ୍ଟିଆପଡା ସମିତି ସଭ୍ୟ ସଞ୍ଜୁଲତା ମହାନ୍ତ, ଟାଙ୍ଗରପଡା ସମିତି ସଭ୍ୟ ଭାଗବତ ନାଏକ, ପାଟଣା ସହକାରୀ କୃଷି ଅଧିକାରୀ ବର୍ଷା ବୈଶାଳୀ ପ୍ରମୁଖଙ୍କ ସହ କୃଷି ବିଭାଗର ସମସ୍ତ ଅଧିଦର୍ଶକ ଓ ଗ୍ରାମ୍ୟ କୃଷି କର୍ମଚାରୀ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଭାରତ ସଂଗଠନର ତ୍ରିଲୋଚନ ମହାନ୍ତଙ୍କ ସହିତ ମାଧପୁର,ସ୍ୱାମ ଶାଶନ,ଗୁଳୁଦିପଶି ଆଦି ଗ୍ରାମର ଚାଷୀ ମାନେ ଉପସ୍ଥିତ ଥିଲେ। ଏହି ରଥ ୬ଦିନ ଧରି ବ୍ଲକର ସମସ୍ତ ପଞ୍ଚାୟତ ଅଞ୍ଚଳ ଗସ୍ତ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଓ କୃଷକଙ୍କ ପାଇଁ ଯୋଜନା ର ପ୍ରଚାର କରିବ। କୃଷି ଅଧିଦର୍ଶକ ଦୁର୍ଗା ଚରଣ ତ୍ରିପାଠୀ ଓ ଅଭୟ କୁମାର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories