ପାଟଣା : ଢେଙ୍କିକୋଟ ସତ୍ୟନାରାୟଣ ବିଦ୍ୟାପୀଠରେ ଘଟଗାଁ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ମୁଖ୍ୟ ଅତିଥି, ଘଟଗାଁ ବ୍ଲକ ଏବିଇଓ ବେଣୁଧର ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯକ୍ରମ ଆରମ୍ଭ କରିଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଏକ ବିଶେଷ ଆସରରେ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଅତିଥି ଭାବେ ଯୋଗଦେଇ ସାଂପ୍ରତିକ ସମାଜର ପ୍ରଯ୍ୟାପ୍ତ ବିକାଶ ପାଇଁ ବିଜ୍ଞାନ ଓ ବୈଷୟିକ କୌଶଳର ଆବଶ୍ୟକତା ଉପରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ଏହି ବିଜ୍ଞାନ ମେଳାରେ ପ୍ରାଥମିକ ବିଦ୍ୟାଳୟରୁ ୬୩ଟି ଓ ମାଧ୍ୟମିକ ବିଦ୍ୟାଳୟରୁ ୩୬ଟି ପ୍ରକଳ୍ପ ସ୍ଥାନିତ ହୋଇଥିବା ବେଳେ ବିଚାରକ ଭାବେ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ଅଧ୍ୟାପକ ସୁଶିଲ କୁମାର ବେହେରା ଓ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଅନୁପମା ବିଶ୍ୱକର୍ମା ଯୋଗଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ। ବିଷୟ ବସ୍ତୁ ଆଧାରରେ ମୋଟ ୬ଟି ପ୍ରକଳ୍ପ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିବା ଜଣାପଡିଛି। ପୁରସ୍କାର ବିତରଣ ଉତ୍ସବରେ ଘଟଗାଁ ବିଇଓ ତପୋଧନ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଘଟଗାଁ ଏବିଇଓ ଅମ୍ବିକା ପ୍ରସାଦ ପତି, ସଞ୍ଜୟ କୁମାର ପଲେଇ, ସତ୍ୟନାରାୟଣ ବିଦ୍ୟାପୀଠ ଏସଏମଡିସି ସଭୀ ମହମ୍ମଦ ତାହିର ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ସିଆରସିସି ରୋହିତ କୁମାର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ସିଆରସିସି ଡମ୍ବୁରୁଧର ବେହେରା , ସଚ୍ଚିଦାନନ୍ଦ ପ୍ରଧାନ, ବନମାଳୀ ମହାନ୍ତ, ନବକୃଷ୍ଣ ରାଉତ, ଶିକ୍ଷକ ଚନ୍ଦ୍ରଶେଖର ମଲ୍ଲିକ, ହେମନ୍ତ କୁମାର ସେଠୀ, ମଦନ ମୋହନ ମହାନ୍ତ, ଦୀନବନ୍ଧୁ ପଣ୍ଡା, ଦୀପ୍ତି ଶୋଭା ବେହେରା, ଜୟନ୍ତୀ ଜେନା, ମଧୁସ୍ମିତା ମହାପାତ୍ର, ଦିପାଞ୍ଜଳି ସେଠୀ, ଆଶିଷ ବେହେରା, ସଦାଶିବ ବେହେରା, ରମେଶ ଚନ୍ଦ୍ର ଓଝା, ସନ୍ତୋଷ ମହାକୁଡ ପ୍ରମୁଖ କାର୍ଯକ୍ରମରେ ସହଯୋଗ କରିଥିଲେ ଏବଂ ଶେଷରେ ପ୍ରଧାନ ଶିକ୍ଷକ ଫକିର ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ମୁରୁସୁଆଁ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା
ପାଟଣା ବ୍ଲକ ଅନ୍ତର୍ଗତ ମୁରୁସୁଆଁ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପାଟଣା ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପ୍ରଧାନ ଶିକ୍ଷକ ପର୍ଶୁରାମ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନି ସମାରୋହରେ ବ୍ଲକ ସହ ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ସେଠୀ, ବିଜୟ କୁମାର ଓଝା ଓ ପ୍ରକାଶ କୁମାର ରାୟ ପ୍ରମୁଖ ଯୋଗ ଦେଇ ମେଳାକୁ ଉଦଘାଟନ କରିଥିଲେ। ପାର୍ଥସାରଥୀ ବେଜଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ମୁରୁସୁଆଁ ସରପଞ୍ଚ ହରି ଶଙ୍କର ଦେହୁରୀ ଓ ସମିତି ସଭ୍ୟ ସୁଶୀଲ କୁମାର ସାହୁ ଓ ମୁଖ୍ୟ ବକ୍ତା ଭାବେ ବ୍ଲକ ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ଅମାନ୍ତ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ପର୍ଶୁରାମ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନ ସଭାକୁ ପାର୍ଥସାରଥୀ ବେଜ ସଂଯୋଜନା କରିଥିଲେ। ସ୍ୱାସ୍ଥ୍ୟ, ପରିବେଶ ଅନୁମୋଦିତ ଜୀବନଶୈଳୀ କୃଷି ପରିବହନ ଓ ଯୋଗାଯୋଗ, ଗାଣିତିକ ଚିନ୍ତାଧାରା ଉପରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଏଠାରେ ମୁଖ୍ୟ ଅତିଥି ଶ୍ରୀ ନାଏକ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଜ୍ୟୋତିରଞ୍ଜନ ସେଠୀ ଓ ସନ୍ତୋଷ କୁମାର ନାଏକ ପ୍ରମୁଖ ମେଳା ପରିଚାଳନା କରିଥିବା ବେଳେ ଡମ୍ବୁରୁଧର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ମେଳାରେ ୫ଟି ବିଭାଗରେ ବ୍ଲକ ଅଞ୍ଚଳରୁ ୧୩୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
Comments are closed.