www.samajalive.in
Sunday, December 14, 2025
26.1 C
Bhubaneswar

ଋଷିକୁଲ୍ୟା ମୁହାଁଣରୁ ଟ୍ରଲର ଜବତ କଲା ବନବିଭାଗ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳରେ ବୁଧବାର ବେଆଇନ ଭାବେ ଏକ ପାରାଦୀପ ଟ୍ରଲର ମାଛ ମାରୁଥିବା ବେଳେ  ବନ ବିଭାଗ ପକ୍ଷରୁ ଚଢଉ କରି ଟ୍ରଲରକୁ ଜବତ କରିଛି । ସେଥିରେ ମାଛ ମାରୁଥିବା ଥିବା ୬ ଜଣ ମସ୍ୟଜୀବୀଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ  ରମାକାନ୍ତ ସ୍ୱାଇଁ, ଭୁଦେବ ମଣ୍ଡଳ, ଶରତ ମଲ୍ଲିକ, କମଳକାନ୍ତ ମଲ୍ଲିକ, ନିମାଇଁ ଚରଣ ରାଉତ ୟଶବନ୍ତ ପ୍ରଧାନ ପ୍ରମୁଖ। ପରବର୍ତ୍ତୀ ସମୟରେ ସେମାନଙ୍କୁ ମତ୍ସ୍ୟ ବିଭାଗକୁ ହସ୍ଥାନ୍ତର କରାଯାଇଛି।  ୩ଟି ଚିଙ୍ଗୁଡ଼ି ଜାଲ ଓ ୭ଟି ବିରାଟକାୟ ଜାଲ ଏପରି ମୋଟ ୧୦ ଗୋଟି ଜାଲକୁ ଜବତ କରାଯାଇଛି। ମତ୍ସ୍ୟ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଟ୍ରଲରରେ ରହିଥିବା ୪୬୫ କିଲୋ ମାଛକୁ  ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ପ୍ରଦାନ କରାଯାଇଛି। ଚଢଉ ବେଳେ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ, ରମ୍ଭା ଫରେଷ୍ଟର ରତ୍ନା କୁମାର ବେହେରା ଫରେଷ୍ଟ ଗାର୍ଡ ଶିବ ଚରଣ ଟୁଡୁ ପ୍ରମୁଖଙ୍କ ସମେତ ବନ ବିଭାଗ ପାଟ୍ରୋଲିଂ ସ୍କ୍ୱାର୍ଡ ଓ ଏପିଆର ପୁଲିସ ସାମିଲ ଥିଲେ। ସୂଚନା ଯୋଗ୍ୟ ଯେ ନଭେମ୍ବର ମାସରୁ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ମିଳନ ପ୍ରକ୍ରିୟା ଚାଲୁରହିଛି। ଫଳରେ ସେହି ଅଞ୍ଚଳରେ ମାଛ ମାରିବା ପାଇଁ ବାରଣ କରାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories