www.samajalive.in
Sunday, December 14, 2025
26.1 C
Bhubaneswar

ବିନା ସୂଚନା ଫଳକରେ ଚାଲିଛି ଲକ୍ଷାଧିକ ଟଙ୍କାର କାମ

ଗୋପାଳପୁର: ଗୋପାଳପୁର ଏନଏସି ପକ୍ଷରୁ ବିଭିନ୍ନ ଓ୍ବାର୍ଡରେ ଲକ୍ଷାଧିକ ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟ ଚାଲୁ ରହିଥିଲେ ମଧ୍ୟ କୌଣସି ନିର୍ମାଣ ସ୍ଥଳରେ କାମ ନେଇ ସୂଚନା ଫଳକ ଟିଏ ନଥିବା ଦେଖିବାକୁ ମିଳିଛି। ସରକାରଙ୍କ ନିୟମ ଅନୁସାରେ ଯେଉଁ ଠାରେ ମଧ୍ୟ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି, ସେଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଫଳକ ଲଗାଇବା ବାଧ୍ୟତାମୂଳକ ରହିଛି। କିନ୍ତୁ ଗୋପାଳପୁର ଏନଏସିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବସଷ୍ଟାଣ୍ଡ ସନ୍ନିକଟ ଅଞ୍ଚଳରେ ଏନଏସି ପକ୍ଷରୁ ପ୍ରାୟ ୩୮ ଲକ୍ଷ ଟଙ୍କା ବିନିମୟରେ ୧୦ଟି ଦୋକାନ ଗୃହ ନିର୍ମାଣ କାମ ଗତ କିଛି ଦିନ ଚାଲୁ ରହିଥିବା ବେଳେ ସେଠାରେ କୌଣସି ସୂଚନା ଫଳକ ଲଗା ଯାଇନାହିଁ। ଯାହା ଫଳରେ ଜନସାଧାରଣ ଏହି କାମ କେଉଁ ପାଣ୍ଠି ବିନିଯୋଗରେ କରା ଯାଉଛି ଏବଂ କେବେ ଆରମ୍ଭ ହେଲା କେବେ ଶେଷ ହେବ ଏବଂ ଏହି କାମ କେଉଁ ଠିକାଦାର ଦ୍ୱାରା କରା ଯାଉଛି ତାହା ଜାଣି ପାରୁନାହାଁନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories