www.samajalive.in
Sunday, December 14, 2025
26.1 C
Bhubaneswar

କେବଳ ଶ୍ରୀଜଗନ୍ନାଥ ଭରସା: ଶ୍ରମ ମନ୍ତ୍ରୀ

ରାଉରକେଲା: ଉତ୍ତରକାଶୀର ସୁଡ଼ଙ୍ଗ ଦୁର୍ଘଟଣାରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର ପ୍ରସଙ୍ଗରେ ‘ସମାଜ’ ସହ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ କହିଛନ୍ତି, ଶ୍ରମିକଙ୍କୁ ଉଦ୍ଧାର ପାଇଁ ସବୁଦିଗରୁ ପ୍ରୟାସ ଚାଲିଛି। ତେବେ ସବୁକିଛି ଶ୍ରୀଜଗନ୍ନାଥଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି ମନ୍ତ୍ରୀ। ଓଡ଼ିଶାରୁ ଶ୍ରମିକଙ୍କ ପରିବାରକୁ ନେଇ ଉତ୍ତରକାଶୀରେ ପହଞ୍ଚିଥିବା ଶ୍ରମମନ୍ତ୍ରୀ ସାରଦା ନାୟକ ଆଜକୁ ତିନିଦିନ ହେଲା ସେଠାରେ ସେମାନଙ୍କ ମନୋବଳ ବୃଦ୍ଧି ପାଇଁ ଜଗି ରହିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଉତ୍ତରକାଶୀ ସୁଡ଼ଙ୍ଗ ଦୁର୍ଘଟଣାରେ ୧୭ଦିନ ହେଲା ଫସି ରହିଥିବା ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାର ୫ ଶ୍ରମିକ ରହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଦୁର୍ଘଟଣାରେ ଫସି ରହିଥିବା ଶ୍ରମିକ ପରିବାରକୁ ବିମାନରେ ଧରି ଉତ୍ତରକାଶୀରେ ଥିବା ଶ୍ରମମନ୍ତ୍ରୀ ସାରଦା ନାୟକ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଦ୍ରୁତଗତିରେ ତ୍ୱରାନ୍ୱିତ ହୋଇଥିବା କହିଛନ୍ତି। ସୁଡ଼ଙ୍ଗରେ ଥିବା ୩ ଶ୍ରମିକଙ୍କ ସହ ମନ୍ତ୍ରୀ ଫୋନରେ ଆଲୋଚନା କରି ସେମାନଙ୍କୁ ମନୋବଳ ଦୃଢ଼ କରିବା ପାଇଁ କହିଥିଲେ। ପୂର୍ବରୁ ସୁଡ଼ଙ୍ଗରେ ଭାଙ୍ଗିଯାଇଥିବା ଅଗର ମେସିନର ଭଗ୍ନାବଶେଷକୁ ଗତକାଲି କଢାଯାଇଥିବା ମନ୍ତ୍ରୀ କହିଛନ୍ତି। ଏହାସହ ସୁରକ୍ଷିତ ଭାବେ ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ଏକ ପଥ ତିଆରି କରାଯାଇଛି। ଏକ ଷ୍ଟ୍ରେଚର ସାହାଯ୍ୟରେ ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଠାରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ଏହି ବିପତ୍ତି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସନୀୟ ପଦକ୍ଷେପ ନେବା ସହ ପ୍ରଥମ ଦିନରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଶ୍ରମ ବିଭାଗ ଏହି ସହାୟତା କାର୍ଯ୍ୟ କରୁଛି। ଉତ୍ତରାଖଣ୍ଡ ସରକାର ଏ ଦିଗରେ ସଫଳ ପଦକ୍ଷେପ ଗ୍ରହଣ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂଙ୍କ ଧାମିଙ୍କ ସହ ରାଜ୍ୟର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ରହି ଏହି ଉଦ୍ଧାର କାର୍ଯ୍ୟକୁ ତଦାରଖ କରୁଥିବା କହିଛନ୍ତି। ଏହା ପୂର୍ବରୁ ସାରଦା ନାୟକ ଘଟଣାର ତଦାରଖ କରୁଥିବା କେନ୍ଦ୍ରମନ୍ତ୍ରୀ ଭି.କେ. ସିଂହଙ୍କ ସହ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଶ୍ରମିକଙ୍କୁ ଆବଶ୍ୟକ ଉପକରଣ ପହଞ୍ଚାଇବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଅଧିକାରୀଙ୍କ ସହ ଆଲୋଚନା ଓ ନିରନ୍ତର ଯୋଗାଯୋଗରେ ଥିବା ସାରଦା ନାୟକ ପ୍ରକାଶ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ କୃପାରୁ ସମସ୍ତ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ଘରକୁ ଫେରିବେ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories