www.samajalive.in
Wednesday, December 10, 2025
14.1 C
Bhubaneswar

ପତ୍ନୀଙ୍କୁ ଯୌତୁକ ନିର୍ଯାତନା: ସାଲାଇନରେ ଛାଡ଼ିଦେଲେ ଏଡସ୍‍ ଭୁତାଣୁ

ପୁନେ: ଜଣେ ଡାକ୍ତର ସ୍ୱାମୀ ସାଲାଇନ୍‍ରେ ତାଙ୍କ ସ୍ତ୍ରୀଙ୍କ ଶରୀରରେ ଏଡ୍‍ସ ଭୁତାଣୁ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଖୋଦ୍‍ ପୀଡ଼ିତା ଏହି ଅଭିଯୋଗ ଆଣିଛନ୍ତି।
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ୨୦୧୫ରେ ଜଣେ ହୋମିଓପାଥି ଡାକ୍ତରଙ୍କୁ ସେ ବିବାହ କରିଥିଲେ। ବିବାହ ପରେ ଅଧିକ ଯୌତୁକ ଆଣିବା ପାଇଁ ତାଙ୍କ ଉପରେ ଶାଶୂ ଘର ଲୋକେ ଚାପ ପକାଇ ଆସୁଥିଲେ। ଏଥିପାଇଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ୨୦୧୭ରେ ସେ ଅସୁସ୍ଥ ଥିବା ବେଳେ ତାଙ୍କ ସ୍ୱାମୀ ସାଲାଇନ୍‍ ଦେଇଥିଲେ। ସେହି ସମୟରେ ସ୍ୱାମୀ ସାଲାଇନ୍‍ରେ ଏଡ୍‍ସ ଭୂତାଣୁ ଛାଡ଼ି ଦେଇଥିଲେ। ଏ କଥା ସେତେବେଳେ ଜଣାପଡ଼ିନଥିଲା। ପ୍ରାୟ ବର୍ଷେ ପରେ ସେ ପୁଣି ଥରେ ଅସୁସ୍ଥ ହୋଇଥିଲେ। ଏହି ସମୟରେ କେତେକ ପରୀକ୍ଷା କରିବା ପାଇଁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ। ପରୀକ୍ଷା ବେଳେ ତାଙ୍କ ରକ୍ତ ନମୁନାରେ ଏଡ୍‍ସ ଭୁତାଣୁ ଥିବା ଜଣାପଡ଼ିଥିଲା। ତେଣୁ ତାଙ୍କ ଶରୀରରେ ସ୍ୱାମୀ ହିଁ ଏଡସ ଭୁତାଣୁ ଛାଡ଼ି ଦେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବା ସହିତ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ରକ୍ତ ପରୀକ୍ଷା କରିଛି। ପରୀକ୍ଷା ପରେ କେବଳ ମହିଳାଙ୍କ ରକ୍ତ ନମୁନାରେ ଏଡ୍‍ସ ଭୁତାଣୁ ଥିବା ଜଣାପଡ଼ିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories