www.samajalive.in
Tuesday, December 9, 2025
16.1 C
Bhubaneswar

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଖାଆନ୍ତୁ ବିଭିନ୍ନ ପ୍ରକାର ଚଟଣି

ଖାଦ୍ୟ ଖାଇବା ବେଳେ ଆମେ ନିଜ ରୁଚି ଅନୁଯାୟୀ ବିଭିନ୍ନ ପ୍ରକାରର ଚଟଣି ଖାଇଥାଉ। ଚଟଣି ଖାଦ୍ୟର ସ୍ବାଦ ବଢାଇବା ସହ ସ୍ବାସ୍ଥ୍ୟ ପାଇଁ ଉତ୍ତମ ଅଟେ। ବିଭିନ୍ନ ପ୍ରକାରର ଚଟଣି ଭିନ୍ନ ଭିନ୍ନ ସ୍ବାଦ ଦେଇଥାଏ। ଚଟଣି ସ୍ବାସ୍ଥ୍ୟ ପାଇଁ ହିତକର ଅଟେ। ଆସନ୍ତୁ ଜାଣିବା ସ୍ବାସ୍ଥ୍ୟ ପାଇଁ ଚଟଣି କେତେ ଉପକାରୀ ..

ପୁଦିନା ଚଟଣି : ଏହି ଚଟଣି ଖାଇବା ଦ୍ବାରା ହଜମ ଶକ୍ତି ବୃଦ୍ଧି ହୋଇଥାଏ। ପେଟରେ ଚର୍ବି ଜମା ହେବାକୁ ଦେଇ ନ ଥାଏ ଓ ପାକସ୍ଥଳୀକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ପ୍ରତିଦିନ ଏହି ଚଟଣି ଖାଇବା ଦ୍ବାରା ବାନ୍ତି ଭଳି ସମସ୍ୟା ଦୂର ହୋଇଥାଏ।ଭୃସୁଙ୍ଗ ପତ୍ର ଚଟଣି : ଏହା ଆଇରନ୍‌ ଓ ଫଲିକ୍‌ ଏସିଡ୍‌ର ଏକ ମୁଖ୍ୟ ସ୍ରୋତ ବୋଲି କୁହାଯାଇଛି। ରକ୍ତହୀନତାରୁ ଦୂରେଇ ରହିବା ପାଇଁ ଭୃସୁଙ୍ଗ ପତ୍ର ଚଟଣି ଏକ ମାତ୍ର ପ୍ରାକୃତିକ ମାଧ୍ୟମ ବୋଲି କୁହାଯାଏ।

- Advertisement -

ଧନିଆ ପତ୍ର ଚଟଣି : ଧନିଆ ପତ୍ର ଖାଦ୍ୟରେ ସାମିଲ କଲେ ଏହା ଖାଦ୍ୟର ସ୍ବାଦକୁ ବଢାଇ ଦେଇଥାଏ। ତେବେ ଏହାର ଚଟଣି ଖାଇଲେ ହଜମ ଶକ୍ତି ବୃଦ୍ଧି ପାଇଥାଏ। ଏଥିରେ ଭିଟାମିନ୍‌-ସି ଓ ଭିଟାମିନ୍‌-କେ ଭରପୂର ମାତ୍ରାରେ ରହିଥାଏ। ଏହା ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ହୋଇଥାଏ। ଧନିଆ ପତ୍ର ଚଟଣି ନିୟମିତ ଖାଇଲେ ଶରୀରରେ ଇନସୁଲିନ୍‌ କ୍ଷରଣ ହେବା ସହ ସୁଗାର୍‌ ଲେଭଲ୍‌ କମ୍‌ ହୋଇଥାଏ।ପିଆଜ ଓ ରସୁଣ ଚଟଣି : ଏହା ମୁଖ୍ୟତଃ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିବା ସହ ଅର୍ଶ ରୋଗୀଙ୍କ ପାଇଁ ବେଶ ଫଳପ୍ରଦ ହୋଇଥାଏ। ରସୁଣରେ ଆଣ୍ଟି ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି ଫଙ୍ଗଲ ଗୁଣ ଥିବାରୁ ଏହା ଶରୀରରେ ଚର୍ବି ବଢିବାକୁ ଦେଇ ନ ଥାଏ।

ଟମାଟୋ ଚଟଣି : ଟମାଟୋରେ ଭିଟାମିନ୍‌ ଓ ଗ୍ଲୁଟାଥାଇନ୍‌ ଭରପୂର ଥିବା ବେଳେ ଏହା ଖାଦ୍ୟର ସ୍ବାଦ ବଢାଇବାରେ ସହାୟକ ହୋଇଥାଏ। ଟମାଟୋ ଚଟଣିକୁ ନିୟମିତ ଖାଦ୍ୟରେ ସାମିଲ କଲେ ଏହା ଚେହେରାରେ ଚମକ ଆଣିଥାଏ। କ୍ୟାନସର ଠାରୁ ଦୂରେଇ ରଖିବାରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହା ବ୍ୟକ୍ତିକୁ ସୁସ୍ଥ ଓ ଦୀର୍ଘଜୀବୀ ରଖିବାରେ ସହାୟକ ହୋଇଥାଏ।

ନିୟମିତ ଭାବେ ଏହି ସବୁ ଚଟଣିକୁ ଖାଦ୍ୟରେ ବ୍ୟବହାର କରିବା ଦ୍ବାରା ସୁସ୍ଥ ରହିପାରିବା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories