www.samajalive.in
Saturday, December 13, 2025
21.1 C
Bhubaneswar

ଟି-୨୦ ବିଶ୍ବକପ୍‌ ଜିତିବାକୁ ଭାରତ ପ୍ରମୁଖ ଦାବିବାର : ରବି ଶାସ୍ତ୍ରୀ

ମୁମ୍ବଇ : ଆସନ୍ତା ଜୁନ୍‌ରେ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ବକପ୍‌ ଆୟୋଜିତ ହେବାକୁ ଥିବା ବେଳେ ଏହି ବିଶ୍ବକପ୍‌ ଜିତିବାକୁ ଭାରତ ପ୍ରମୁଖ ଦାବିବାର ବୋଲି କହିଛନ୍ତି ପୂର୍ବତନ କ୍ରିକେଟର୍‌ ରବି ଶାସ୍ତ୍ରୀ।
ସଦ୍ୟ ସମାପ୍ତ ହୋଇଥିବା ଏକଦିବସୀୟ କ୍ରିକେଟ୍‌ ବିଶ୍ବକପ୍‌ର ଫାଇନାଲରେ ଭାରତୀୟ ଦଳ ପରାସ୍ତ ହୋଇଥିବା ବେଳେ ଆଗାମୀ ଦିନରେ ଖେଳାଯିବାକୁ ଥିବା ଟି୨୦ ବିଶ୍ବକପ୍‌ରେ ଦଳ ଚମ୍ପିଆନ୍‌ ହେବାକୁ ଲକ୍ଷ୍ୟ ରଖିଥିବ ବୋଲି ରବି ଶାସ୍ତ୍ରୀ କହିଥିଲେ। ଭାରତୀୟ ଟି୨୦ ଦଳରେ ଅନେକ ଦକ୍ଷ ଖେଳାଳି ରହିଥିବାରୁ ଏହି ଦଳ ବିଶ୍ବକପ୍ ଜିତିବା ସମ୍ଭାବନା ଅଧିକ ରହିଛି ବୋଲି ଶାସ୍ତ୍ରୀ ସ୍ପଷ୍ଟ କରି ଦେଇଛନ୍ତି। କିଛିଦିନ ତଳେ ଖେଳାଯାଇଥିବା ଏକଦିବସୀୟ ବିଶ୍ବକପ୍‌ରେ ଭାରତୀୟ ଦଳର ପ୍ରଦର୍ଶନ ସମ୍ପର୍କରେ ଶାସ୍ତ୍ରୀ କହିଥିଲେ ଦଳ ସବୁ ମ୍ୟାଚ୍‌ ଜିତି ଫାଇନାଲରେ ପ୍ରବେଶ କରିଥିଲା। ତେବେ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହେବା କ୍ରିକେଟ୍‌ ପ୍ରଶଂସକଙ୍କୁ ବ୍ୟଥିତ କରିଛି। ଭାରତୀୟ ଦଳର ଦ୍ରୁତ ବୋଲରମାନେ ବିଶ୍ବକପ୍‌ରେ ଯେପରି ପ୍ରଦର୍ଶନ କଲେ ତାହା ବାସ୍ତବିକ ପ୍ରଶଂସନୀୟ। ଫାଇନାଲରେ ଅଷ୍ଟ୍ରେଲିଆ ଦଳ ଚମତ୍କାର ପ୍ରଦର୍ଶନ କରି ବିଜୟୀ ହୋଇଥିଲା। ତେବେ ଭାରତୀୟ ଦଳ ବେଶ୍‌ ଶକ୍ତିଶାଳୀ ହୋଇଥିବାରୁ ଟି୨୦ ବିଶ୍ବକପ୍‌ରେ ଦଳ ବିଜୟୀ ହେବା ସମ୍ଭାବନା ରହିଥିବା ଶାସ୍ତ୍ରୀ ସ୍ପଷ୍ଟ କରି ଦେଇଥିଲେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories