www.samajalive.in
Saturday, December 13, 2025
26.1 C
Bhubaneswar

ବାଘକୁ ନେଇ ଆତଙ୍କ, ପାହାଡିଆ ଅଞ୍ଚଳ ବନ ବିଭାଗ

ଗୁଣୁପୁର : ଗତ କିଛ ଦିନ ଧରି ବାଘକୁ ନେଇ  ଗଜପତି ଓ ରାୟଗଡ଼ା ଜିଲାରେ ଆତଙ୍କ ଲାଗି ରହିଛି । ଗଜପତି ଜିଲ୍ଲାରେ କିଛି ଦିନ ଧରି ଆର. ଉଦୟଗିରି ଅଞ୍ଚଳରେ ଏହି ବାଘର ଆତଙ୍କ ଦେଖାଦେଇଛି । ଗଜପତି ବନ ବିଭାଗ ଏହି ବାଘକୁ ନେଇ ଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମରାରେ ଫଟୋ କଏଦ୍ ହୋଇଥିବା ସୂଚନା ଦେଇଥିଲେ । ଆଜି ସଂନ୍ଧ୍ୟାରେ ଏହି  ବାଘ ଗଜପତିର ଆର୍. ଉଦୟଗିରି ସୀମା ଟପି ରାୟଗଡା ସୀମା ମଧ୍ୟରେ ପ୍ରବେଶ କରିଥିବା ଗଜପତି ବନ ବିଭାଗ ଅନୁମାନ କରିଛି । ଗଜପତି ବନ ବିଭାଗ ରାୟଗଡା ଜିଲା ଗୁଣୁପୁର ବନାଞ୍ଚଳରେ ସୀମା ଟପି ଥିବା ନେଇ ସନ୍ଦେହ କରିଛି ।  ରାୟଗଡା ଓ ଗଜପତି ସୀମାନ୍ତରେ ଥିବା ପଦ୍ମପୁରର ଥିବା ଡଲମା, ତବଲାଗୁଡା, ତର୍ପାଗୁଡା, ଲିକିଟିପଦର ପାହାଡିଆ ଅଞ୍ଚଳରେ ଥିବା ଗ୍ରାମ ଗୁଡିକୁ ବନବିଭାଗ ସଜାଗ କରାଇଛି। ଗାଇ, ଛେଳି, ଲୋକ ନିଜେ ରାତ୍ରିରେ ସୁରକ୍ଷିତ ରହିବା ପାଇଁ ସଜାଗ କରିଛି । ପଦ୍ମପୁର ବନପାଳ ମାଝି ମହାପାତ୍ର କିଛି ବନ ବିଭାଗ କର୍ମଚାରୀ ମାନଙ୍କୁ ନେଇ ସଜାଗ କରିଛି । ବାଘ ଭୟକୁ ନେଇ ପାହାଡିଆ ଅଞ୍ଚଳର ଗ୍ରାମବାସୀ ଭୟଭୀତ ଥିବା ଜଣାପଡିଛି। ଗଜପତି ବନବିଭାଗର ନିର୍ଦେଶ ପରେ ଗୁଣୁପୁର ବନବିଭାଗ ସଜାଗ ରହି ଗ୍ରାମର ଲୋକଙ୍କୁ ସଜାଗ କରାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories