www.samajalive.in
Saturday, December 13, 2025
26.1 C
Bhubaneswar

ଜଙ୍ଗଲ ଭିତରୁ କ୍ଷତାକ୍ତ ମୃତ ହରିଣ ଉଦ୍ଧାର

ଠାକୁରମୁଣ୍ଡା :  କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଭରାଣ୍ଡିହା ଗ୍ରାମପଞ୍ଚାୟତ ଦିର୍ବ ଗ୍ରାମ ନିକଟ ଜଙ୍ଗଲରୁ ସୋମବାର ଏକ କ୍ଷତାକ୍ତ ହରିଣର ମୃତ ଦେହକୁ ବନବିଭାଗ ଉଦ୍ଧାର କରିଛି । ମୃତ ହରିଣକୁ ବନବିଭାଗ ଉଦ୍ଧାର କରିବା ପରେ ଠାକୁରମୁଣ୍ଡା ପ୍ରାଣୀ  ଚିକିତ୍ସାଳୟକୁ ଆଣି ବ୍ୟବଚ୍ଛେଦ କରି ମୃତ ଦେହକୁ ଠାକୁରମୁଣ୍ଡା ରେଞ୍ଜ କାର୍ଯ୍ୟାଳୟ ପରିସରରେ ପୋତି ଦେଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଦିର୍ବ ଗ୍ରାମର କେତେକ ଲୋକ ସକାଳେ ଜଙ୍ଗଲ ଭିତରକୁ ଯାଇଥିବା ବେଳେ ଦିର୍ବ- ପୁରୁଣାପାଣି ଗ୍ରାମ ରାସ୍ତା ନିକଟ ଜଙ୍ଗଲ ଭିତରେ ଏକ କ୍ଷତାକ୍ତ ଅବସ୍ଥାରେ ମୃତ ହରିଣ ପଡିଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ ଠାକୁରମୁଣ୍ଡା ବନବିଭାଗକୁ ଖବର ଦେବା ପରେ ବନ କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ  ହରିଣକୁ ଉଦ୍ଧାର କରିଥିଲେ । ମୃତ ହରିଣକୁ କେହି ପଥର ମାରି ଥିବା  କୁହାଯାଉଛି । ହରିଣର ବୟସ ପ୍ରାୟ ୩ ବର୍ଷ ହୋଇଥିବା ବେଳେ ଓଜନ ୭୦ କେଜି ଥିବାର ଜଣାପଡିଛି। ହରିଣ ମୃତ୍ୟୁର ପ୍ରକୃତ କାରଣ କଣ ବ୍ୟବଚ୍ଛେଦ ରିପୋର୍ଟ ପରେ ଜଣାପଡିବ ବୋଲି ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories