www.samajalive.in
Sunday, December 7, 2025
14.1 C
Bhubaneswar

ଝରଣା ପାଣିରେ ପଡି ଯୁବକଙ୍କ ମୃତ୍ୟୁ

ତେଲକୋଇ: ମଧୁସୂଦନପୁରରେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ। ସକାଳେ ଜାଳ କାଠ ପାଇଁ ଯାଇଥିବା ବେଳେ ପାଣିରେ ପଡିଯାଇଥିବା ସୂଚନା ମିଳିଛି। ତେଲକୋଇ ଥାନା ଖୁଣ୍ଟାପଡା ପଞ୍ଚାୟତ ମଧୁସୂଦନପୁର ଜୁଆଙ୍ଗ ସାହିରେ ଘଟିଛି ଏହି ଅଭାବନୀୟ ଘଟଣା। ସେହି ଗାଁର ସୁଦର୍ଶନ ନାଏକ ସକାଳେ ନିକଟସ୍ଥ ଜଙ୍ଗଲକୁ ଜାଳ କାଠ ଆଣିବାକୁ ଯାଇଥିବା ବେଳେ ଝରଣାରେ ପଡି ତାଙ୍କର ମୃତ୍ୟୁ ହୋଇଛି। ଝରଣାରେ ଅଳ୍ପ ପାଣି ଥିବାବେଳେ ସେ କୌଣସି କାରଣରୁ ଅଚେତ ହୋଇ ପାଣିରେ ପଡିଯାଇଥିବା ସନ୍ଦେହ କରାଯାଉଛି। ପୂର୍ବରୁ ମଧ୍ୟ ଥରେ ଅଚେତ ହୋଇ ସେ ନିଆଁରେ ପଡି ଯାଇଥିଲେ। ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories