www.samajalive.in
Saturday, December 13, 2025
26.1 C
Bhubaneswar

ତୃତୀୟ ଆଦିବାସୀ ଜନଜାତି ଗୌରବ ଦିବସ ପାଳିତ

ଫୁଲବାଣୀ:ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ଥାନୀୟ ପୋଲିସ ହାଇସ୍କୁଲ ଠାରେ ତୃତୀୟ ଆଦିବାସୀ ଜନଜାତି ଗୌରବ ଦିବସ ପାଳିତ ହୋଇ ଯାଇଅଛି। ପୁଲିସ୍ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ତ୍ରିପାଠୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ, ଓଡିଆ ଶିକ୍ଷୟତ୍ରୀ କୁନ୍ତଳା ତ୍ରିପାଠୀ, ସହାୟକ ଶିକ୍ଷୟତ୍ରୀ ସମିରା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଡ୍ରଇଂ ଏବଂ ବକୃତା ପ୍ରତିଯୋଗୀତା ଅନୁଷ୍ଟିତ ହୋଇଥିଲା ଡ୍ରଇଂ ପ୍ରତିଯୋଗିତାରେ ଆସକ୍ଷରାଣୀ ନାୟକ ପ୍ରଥମ, ଜଗା ବେହେରା ଦ୍ୱିତୀୟ ଏବଂ ଓମ୍ କୁମାର୍ ପ୍ରଧାନ ତୃତୀୟ ହୋଇଥିଲେ ସେହିପରି ବକୃତା ପ୍ରତିଯୋଗୀତାରେ ରାଜେଶ କୁମାର୍ ସାହୁ ପ୍ରଥମ, ଓମ୍ କୁମାର୍ ପ୍ରଧାନ ଦ୍ୱିତୀୟ ଏବଂ ଅନୁପମା ସ୍ବାଇଁ ତୃତୀୟ ହୋଇଥିଲେ।

ଅତିଥି ଅନୁଷ୍ଟିତ କାର୍ୟ୍ୟକ୍ରମର ମୁଖ୍ୟ ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀମାନଙ୍କୁ ଅବଗତ କରିଥିଲେ। ଡ୍ରଇଂ ଓ ବକୃତା ପ୍ରତିଯୋଗୀତାରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା କ୍ଷ ବୈଠକରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ସ୍ଵାଗତ କରିଥିବା ବେଳେ ସ୍ଵେଚ୍ଛାସେବୀ ମିନୀ କଂହର ଧନ୍ୟ ବାଦ ଅର୍ପଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories