www.samajalive.in
Sunday, December 14, 2025
26.1 C
Bhubaneswar

ଟ୍ରେନରେ କଟି ଆଇଆରବି ଯବାନଙ୍କ ମୃତ୍ୟୁ

ଟିଟିଲାଗଡ଼ : ଟିଟିଲାଗଡ଼ ବଲାଙ୍ଗୀର ରେଳ ରାସ୍ତାର ଗୋଏଲଭାଡ଼ି ଛକ ନିକଟରେ ଟ୍ରେନରେ କଟି ଜଣେ ଆଇଆରବି ଯବାନଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ସଇଁତଲା ଥାନା ଅନ୍ତର୍ଗତ କୁମ୍ଭକେଲା ଗ୍ରାମର ଧ୍ରୁବ ବଗର୍ତିଙ୍କ ପୁଅ ରୁପାଧର ବଗର୍ତି ବୋଲି ଜଣାପଡିଛି। ଯବାନ ଜଣକ ଅନୁଗୁଳ ଠାରେ କାର୍ଯ୍ୟରତ ଥିବା ବେଳେ କିଛି ଦିନ ହେଲା ଘରକୁ ଛୁଟିରେ ଆସିଥିଲେ। ଆଜି ଭୋର ୪ଟାରୁ ସେ ଘରେ କାହାକୁ କିଛି ନକହି ଏକ ବାଇକ ଧରି ଚାଲି ଆସିଥିଲେ। ଆଜି ସକାଳୁ ଟିଟିଲାଗଡ଼ ବଲାଙ୍ଗିର ରାଜ୍ୟ ରାଜପଥ ଗୋଏଲଭାଡ଼ି ଛକ ନିକଟସ୍ଥ ଜଙ୍ଗଲ ମଧ୍ୟରେ ରେଳ ଧାରଣାରେ ରେଳ କର୍ମଚାରୀ ତାଙ୍କ ଦୁଇ ଫାଳ ହୋଇଯାଇଥିବା ମୃତଦେହ ଦେଖି ଟିଟିଲାଗଡ଼ ଆରପିଏଫ ଥାନାକୁ ଖବର ଦେଇଥିଲେ। ମୃତକଙ୍କ ବଡ଼ଭାଇ ରାଜକୁମାର ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଦୁଇ ରେଳ ଧାରଣା ମଝିରେ ମୃଦଦେହ ପଡ଼ି ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ଟ୍ରେନ ଯାଉଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories