www.samajalive.in
Saturday, December 13, 2025
21.1 C
Bhubaneswar

କୋରାପୁଟ କଫି ଚାଷର ପରିସର ଓ କଫି ପ୍ରସ୍ତୁତିକରଣ ପ୍ରକ୍ରିୟା ବୃଦ୍ଧି କରାଯିବ, ମିଳିବ ବିଶ୍ବ ବଜାର ସୁବିଧା – ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ବାରା ରାଜ୍ୟର ବିଭିନ୍ନ ଜିଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ହେବା ଫଳରେ ସେମାନଙ୍କ ଜୀବନ ଶୈଳୀରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହେବା ସହିତ ଓଡିଶାର ଜନଜାତି ସମୁଦାୟ ସମେତ ବିଲୁପ୍ତପ୍ରାୟ ଜନଜାତିଙ୍କ ସର୍ବାଙ୍ଗୀନ ଉନ୍ନତି ଏବଂ ସେମାନଙ୍କ କଳା, ସଂସ୍କୃତି ଓ ପରମ୍ପରାର ଆଶାତୀତ ସୁରକ୍ଷା ସମ୍ଭବ ହୋଇପାରିଛି । ଯାହାର ଝଲକ ଦେଖିବାକୁ ମିଳିଛି ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ଆୟୋଜିତ ହେଉଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡିଶା ପାଭିଲିୟନରେ । ରାଜ୍ୟ ସରକାରଙ୍କ ଅନୁସୂଚୀତ ଜାତି ଓ ଜନଜାତି ସଶକ୍ତିକରଣ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ପ୍ରଥମଥର ପାଇଁ ଏହି ବାଣିଜ୍ୟ ମେଳାରେ ଅଂଶ ଗ୍ରହଣ କରୁଛନ୍ତି। ପାଭିଲିୟନର ୧୯ ଓ ୨୦ ନମ୍ବର ଷ୍ଟଲରେ ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ତରଫରୁ ଖୋଲାଯାଇଥିବା ଷ୍ଟଲରେ ଜନଜାତି ସଂପ୍ରଦାୟଙ୍କ ହସ୍ତ ସାମଗ୍ରୀ ମିଳୁଥିବା ବେଳେ, ଆଦିଶା ଦ୍ବାରା ୨୧ ନମ୍ବର ଷ୍ଟଲରେ କୋରାପୁଟ କଫି ମିଳୁଛି।

ପାଭିଲିୟନର ମଧ୍ୟ ଭାଗରେ ଥିବା ବୋଇତ ଉପରେ ନବରଙ୍ଗପୁର ଜିଲାରୁ ଆସିଥିବା ଭୋତ୍ତଡା ଜନଜାତି ସଂପ୍ରଦାୟ ଦ୍ବାରା ଧାନରୁ ପ୍ରସ୍ତୁତ ବିଭିନ୍ନ ଦେବାଦେବୀ ଓ ଗୃହସଜ୍ଜା ସାମଗ୍ରୀ, ରାୟଗଡା ଜିଲ୍ଲାରୁ ଆସିଥିବା ଲାଞ୍ଜିଆ ସଉରା ଜନଜାତିଙ୍କ ଇଡ଼ିତାଲ ଚିତ୍ରକଳା, ଡଙ୍ଗରିଆ କନ୍ଧ ଜନଜାତିଙ୍କ ଦ୍ଵାରା ପ୍ରସ୍ତୁତ ଶାଲ ପ୍ରସ୍ତୁତିକୁ ମଧ୍ୟ ଦର୍ଶକମାନେ ସେମାନଙ୍କ କ୍ୟାମେରା ମାଧ୍ୟମରେ ସାଇତି ରଖିବା ସହିତ ଭୁରି ଭୁରି ପ୍ରଶଂସା କରୁଛନ୍ତି । ୨୦ ନମ୍ବର ଷ୍ଟଲରୁ ସେସବୁକୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଏଥିସହିତ, ଜନଜାତି ସମ୍ପ୍ରଦାୟଙ୍କ ଆଭୂଷଣ ପ୍ରତି ବର୍ତ୍ତମାନର ଯୁବପିଢୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି, ଓରମାସ ତରଫରୁ ନବରଙ୍ଗପୁର ଜିଲ୍ଲାର ମା ବନଦୁର୍ଗା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ଜନଜାତି ଅଳଙ୍କାର ବିକ୍ରୟ କରାଯାଉଛି। ଓଡିଶା ପାଭଲିୟନ ମାଧ୍ୟମରେ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅଂଶଗ୍ରହଣ କରିଥିବା ଜନଜାତି ସଂପ୍ରଦାୟ ସେମାନଙ୍କ ପାରମ୍ପରିକ ବେଶଭୁଷା ଓ ଆଭୂଷଣରେ ରହୁଥିବାରୁ, ସେମାନଙ୍କ ଜୀବନଶୈଳୀ, କଳା, ସଂସ୍କୃତି, ପରମ୍ପରା ସମ୍ପର୍କରେ ଜାଣିବା ପାଇଁ ମଧ୍ୟ ଦର୍ଶକମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉଛି। ଏତଦବ୍ୟତୀତ, କୋରାପୁଟ କଫି କିଣିବା ପାଇଁ ଓଡିଶା ପାଭିଲିୟନରେ ମଧ୍ୟ ପ୍ରବଳ ଜନଗହଳି ରହୁଛି। ଗତକାଲି ଓଡିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓଡିଶା ପାଭିଲିୟନ ପରିଦର୍ଶନ କରିଥିବା ସମୟରେ କୋରାପୁଟ କଫି ଚାଷ ଓ ଏହାର ପ୍ରକ୍ରିୟାକରଣକୁ ବ୍ୟାପକ କରାଯିବା ସହିତ ଏହାକୁ ବିଶ୍ଵ ବଜାର ସୁବିଧା ପ୍ରଦାନ କରିବା ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାରାଧୀନ ରହିଛି ବୋଲି ପ୍ରକାଶ କରିଥିଲେ।

- Advertisement -

ଗତ କାଲି ଅର୍ଥାତ ୨୩ ତାରିଖ ସୁଦ୍ଧା ବିଭାଗର ୩ ଟି ଷ୍ଟଲ ସମେତ ବୋଇତର ଡେକ ଉପରେ ବସିଥିବା ହସ୍ତଶିଳ୍ପୀ ଓ କଳାକାରମାନଙ୍କ ଦ୍ଵାରା ୩ ଲକ୍ଷ ୨୧ ହଜାର ୬୩୭ ଟଙ୍କାର ବ୍ୟବସାୟ ହୋଇଥିବାବେଳେ କେବଳ ଧାନ ହସ୍ତଶିଳ୍ପ ଷ୍ଟଲ ୧ ଲକ୍ଷ ୬୩ ହଜାର ୪୮୨ ଟଙ୍କାର ବ୍ୟବସାୟ କରିଛି ଏବଂ ଅନ୍ୟ ଦୁଇଟି ଷ୍ଟଲ ୧ ଲକ୍ଷ ୫୮ ହଜାର ୧୫୫ ଟଙ୍କାର ବ୍ୟବସାୟ କରିଛନ୍ତି । ୧୪ ତାରିଖରୁ ୨୩ ତାରିଖ ଅର୍ଥାତ ବିଗତ ୧୦ ଦିନ ମଧ୍ୟରେ ଓଡିଶା ପାଭିଲିୟନକୁ ପ୍ରାୟତଃ ୨ ଲକ୍ଷରୁ ଅଧିକ ଲୋକ ଆସିଥିବା ବେଳେ ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ୟବସାୟ ହୋଇଛି ବୋଲି ପାଭିଲିୟନ ନିର୍ଦ୍ଦେଶକ ସୂର୍ଯ୍ୟ ରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories