www.samajalive.in
Friday, December 12, 2025
15.1 C
Bhubaneswar

ନାବାଳିକା ଦୁଷ୍କର୍ମୀକୁ ୨୦ବର୍ଷ ଜେଲ୍

କେନ୍ଦୁଝରଗଡ଼: ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଶୁକ୍ରବାର ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି କେନ୍ଦୁଝର ଫାଷ୍ଟ ଟ୍ରାକ୍‌‌ କୋର୍ଟ ବିଚାରପତି। ଦୈତାରୀ ଥାନା ଅଞ୍ଚଳର ୧୩ ବର୍ଷୀୟା ନାବାଳିକା ତା’ର ବଡ଼ଭଉଣୀ ସହ ଘରେ ଶୋଇଥିବା ବେଳେ ଦୈତାରୀ ଗ୍ରାମର ଚତୁର୍ଭୂଜ ପାତ୍ର(୨୫) ୨୧ ଜାନୁୟାରୀ ୨୦୨୧ ଭୋର ୪ଟାରେ ଜୋରଜବରଦସ୍ତ ଅପହରଣ କରିନେଇ ଦୁଷ୍କର୍ମ କରିଥିଲା। ନାବାଳିକା ଝିଅକୁ ବହୁ ଖୋଜାଖୋଜି ପରେ ନପାଇବାରୁ ଝିଅର ନିଖୋଜ ନେଇ ପରିବାର ଲୋକେ ୩୧ ଜାନୁୟାରୀ ୨୦୨୧ରେ ସ୍ଥାନୀୟ ଦୈତାରୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ପକ୍ଷରୁ ତଦନ୍ତ କରାଯାଇ ଅପହୃତା ନାବାଳିକାକୁ ଉଦ୍ଧାର ସହ ଅଭିଯୁକ୍ତ ଚତୁର୍ଭୂଜକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାରେ ମୋଟ ୧୫ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସ ତଦନ୍ତକୁ ଭିତ୍ତିକରି ଫାଷ୍ଟ ଟ୍ରାକ୍‌‌ କୋର୍ଟ କେନ୍ଦୁଝରର ବିଚାରପତି ବିଜୟ କୁମାର ମିଶ୍ର ଶୁକ୍ରବାର ଅଭିଯୁକ୍ତ ଚତୁର୍ଭୂଜକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ଦେଢ଼ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବାକୁ ବିଚାରପତି ତାଙ୍କ ରାୟରେ ସୁପାରିଶ କରିଛନ୍ତି। ପୀଡିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି. ଜ୍ଞାନେନ୍ଦ୍ରନାଥ ଜେନା ମକଦ୍ଦମା ପରିଚାଳନା କରୁଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories