www.samajalive.in
Monday, December 8, 2025
24.1 C
Bhubaneswar

ପେଟ୍ରୋଲ ଢାଳି ପୋଡ଼ିବା ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତଙ୍କ ମୃତ୍ୟୁ

ଭବାନୀପାଟଣା : ଉଧାର ଟଙ୍କା ମାଗିବା ଘଟଣାରେ ଗତ ୧୫ ତାରିଖ ଦିନ ସ୍ଥାନୀୟ ଗୋଷାଲ ପଡା ନିକଟରେ ଜଣକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆ ଯାଇଥିଲା। ଏହି ଘଟଣାରେ ପୀଡ଼ିତ ଅଞ୍ଜନ କୁମାର ପାଢ଼ୀଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ମୃତ୍ୟୁ ଘଟିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ ନୂଆପଡ଼ା ଜିଲ୍ଲା କୋମନାର ବାସୁଦେବ ଛତ୍ରିଆଙ୍କୁ ଅଞ୍ଜନ ପ୍ରାୟ ଦୁଇଲକ୍ଷ ଟଙ୍କା ଦେଇଥିଲେ। ସେହି ଟଙ୍କା ମାଗିବାରୁ ବାସୁଦେବ ଗତ ୧୫ ତାରିଖ ଦିନ ଭବାନିପାଟଣା ଆସି ଅଞ୍ଜନଙ୍କୁ ଡାକିଥିଲେ। ହେଲେ ଗୋଷାଲ୍ ପଡା ନିକଟରେ ବାସୁଦେବ, ଅଞ୍ଜନଙ୍କ ଦେହରେ ପେଟ୍ରୋଲ ଢ଼ାଳି ପୋଡି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହେଇଥିଲା । ଗୁରୁତର ଅଞ୍ଜନଙ୍କୁ ପ୍ରଥମେ ଜିଲ୍ଲାମୁଖ୍ୟ ଡାକ୍ତରଖାନା ଏବଂ ପରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଘଟଣାରେ ପୂର୍ବରୁ ଅଭିଯୁକ୍ତ ବାସୁଦେବ ଛତ୍ରିଆକୁ ଟାଉନ ଥାନା ପୁଲିସ ୩୦୭ ଦଫା ସମେତ ଅନ୍ୟାନ୍ୟ ଦଫାରେ ଗିରଫ କରିସାରିଛି। ତେବେ ଅଞ୍ଜନଙ୍କ ମୃତ୍ୟୁ ପରେ ୩୦୨ ଦଫା ଲାଗିବ ବୋଲି ଟାଉନଥାନା ଆଇଆଇସି ଯଶୋବନ୍ତ କୁମାର ହିଆଳ ସୂଚନା ଦେଇଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories