www.samajalive.in
Sunday, December 14, 2025
26.1 C
Bhubaneswar

ଚୂଡ଼ାନ୍ତ ପର୍ଯ୍ୟାୟରେ ଉଦ୍ଧାରକାର୍ଯ୍ୟ

ଉତ୍ତରକାଶୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡି ପଡିଥିବା ନିର୍ମାଣାଧୀନ ସିଲ୍‌କୟାରା ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ନିମନ୍ତେ ଚାଲିଥିବା ଅଭିଯାନ ତ୍ବରାନ୍ବିତ ହୋଇଛି। ଏପରିକି ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି । ଉଦ୍ଧାର କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଘଟଣାସ୍ଥଳରେ ୨୦ଟି ଆମ୍ବୁଲାନ୍ସ ରଖାଯାଇଛି। ଆମ୍ବୁଲାନ୍ସ ଯୋଗେ ଶ୍ରମିକମାନଙ୍କୁ ଡାକ୍ତରଖାନା ନିଆଯିବା ସହିତ ସେମାନଙ୍କ ନିମନ୍ତେ ବ୍ୟାପକ ସ୍ବାସ୍ଥ୍ୟସେବାର ବ୍ୟବସ୍ଥା କରାଯାଇଛି। ଅଧିକାରୀଙ୍କ କହିବା ଅନୁଯାୟୀ ଶ୍ରମିକଙ୍କ ନିକଟରେ ପହଞ୍ଚିବା ଲାଗି ହେଉଥିବା ଡ୍ରିଲିଂ (ଗାତ) ଶେଷ ହେବା ଲାଗି ଆଉ ମାତ୍ର ୧୮ ମିଟର ବାକି ରହିଛି । ଗାତ ମଧ୍ୟରେ ୮୦୦ ମିମି ବ୍ୟାସ ବିଶିଷ୍ଟ ବଡ ଗୋଲାକାର ପାଇପ୍ ଭର୍ତ୍ତି କରାଯାଉଛି। ମୋଟ ୫୭ ମିଟର ଅତଡା ଦେଇ ଏହି ପାଇପ୍ ଭର୍ତ୍ତି କରାଯିବାକୁ ଥିବାବେଳେ ୩୯ମିଟର ପର୍ଯ୍ୟନ୍ତ କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ ୧୮ ମିଟର ପାଇପ୍ ଭର୍ତ୍ତି ଶେଷ ହେବା ପରେ ଶ୍ରମିକଙ୍କୁ ଏହି ବାଟ ଦେଇ ବାହାରକୁ ଅଣାଯିବ। ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପୂର୍ବତନ ପରାମର୍ଶଦାତା ଭାସ୍କର ଖୁଲବେ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଯଦି ଯୋଜନା ଅନୁଯାୟୀ ଚାଲୁ ରୁହେ ତେବେ ଗୁରୁବାର ଶ୍ରମିକମାନଙ୍କୁ ବାହାରକୁ ଅଣାଯିବ। କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତୀନ ଗଡକରୀ ଉଦ୍ଧାର କାର୍ଯ୍ୟର ପ୍ରତିଟି ଦିଗକୁ ଅନୁଧ୍ୟାନ କରୁଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛନ୍ତି। ଫସି ରହିଥିବା ଶ୍ରମିକମାନଙ୍କ ନିକଟକୁ ଖାଦ୍ୟ, ଜରୁରୀ ଜିନିଷ ଓ ଔଷଧ ପତ୍ର ପଠାଯିବା ବାବଦରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଛନ୍ତି।
ସୋମବାର ଶ୍ରମିକଙ୍କ ନିକଟକୁ ୬ଇଞ୍ଚ ବ୍ୟାସ ବିଶିଷ୍ଟ ପାଇପ୍ ପ୍ରବେଶ କରାଯାଇଥିଲା। ଏହି ପାଇପ୍‌ ଦେଇ ଶ୍ରମିକଙ୍କ ନିକଟକୁ ରନ୍ଧା ଖାଦ୍ୟ ଓ ଅନ୍ୟାନ୍ୟ ଜିନିଷ ନିୟମିତ ଭାବେ ପଠାଯାଉଛି। ଏପରିକି ଏଣ୍ଡୋସ୍କୋପି ଫ୍ଲେକ୍ସି କ୍ୟାମେରା ଯୋଗେ ଶ୍ରମିକମାନଙ୍କ ସ୍ଥିତାବସ୍ଥା ବାବଦରେ ଅନୁଧ୍ୟାନ କରାଯାଇଛି। କ୍ୟାମେରାରେ ଉତ୍ତେଳିତ ଭିଡିଓରେ ଦେଖାଯାଇଛି ଯେ ଶ୍ରମିକମାନେ ସୁସ୍ଥ ଅଛନ୍ତି। ଗୁରୁବାର ଏନଡିଆରଏଫ୍‌ର ସ୍ବତନ୍ତ୍ର ଉଦ୍ଧାରକାରୀ ଦଳ ଅମ୍ଳଜାନ ସିଲିଣ୍ଡର ସହିତ ସୁଡଙ୍ଗ ଭିତ୍ତରେ ପ୍ରବେଶ କରିଛନ୍ତି। ସୂଚନାଯୋଗ୍ୟ ବ୍ରହ୍ମଖାଲ- ଯମୁ​ନେତ୍ରୀ ଜାତୀୟ ରାଜପଥର ସିଲ୍‌କୟାରା ଓ ଦଣ୍ଡାଲଗାଓଁ ମଧ୍ୟରେ ନିର୍ମାଣାଧୀନ ସୁଡ଼ଙ୍ଗର କିଛି ଅଂଶ ନଭେମ୍ବର ୧୨ ତାରିଖ ସକାଳେ ଭୁଶୁଡ଼ି ପଡ଼ିଥିଲା। ସୁଡଙ୍ଗ ଭୁଶୁଡି ପଡିବା ପରେ ଏହାର ମଧ୍ୟ ଭାଗରେ କାମ କରୁଥିବା ୪୧ଜଣ ଶ୍ରମିକ ୧୧ଦିନ ହେଲା ଫସି ରହିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories