www.samajalive.in
Thursday, December 11, 2025
15.1 C
Bhubaneswar

ସୁରକ୍ଷାବଳ-ଆତଙ୍କୀ ମୁହାଁମୁହିଁ; ୨ ସେନା ଅଧିକାରୀଙ୍କ ସହ ୩ ଶହୀଦ

ରଜୌରୀ: ଜମ୍ମୁ-କାଶ୍ମୀର ରଜୌରୀରେ ବୁଧବାର ସୁରକ୍ଷାବଳ-ଆତଙ୍କବାଦୀ ଗୁଳି ବିନିମୟ ଘଟିଛି। ଏଥିରେ ୨ ସେନା ଅଧିକାରୀ ଓ ଜଣେ ଯବାନ ଶହୀଦ ହୋଇଛନ୍ତି। ଏଥିସହ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ଆହତ ଯବାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ, ସୁରକ୍ଷାବଳଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଥିବା ଜଣାପଡ଼ିଛି। ଶହୀଦ ୩ ଜଣଙ୍କ ମଧ୍ୟରେ ୨ ଜଣ କ୍ୟାପ୍ଟେନ ଥିବା ବେଳେ ଜଣେ ହାବିଲଦାର ଅଛନ୍ତି।

ସୂଚନା ଅନୁସାରେ, ରଜୌରୀ ଉପଖଣ୍ଡ କାଲାକୋଟ୍‌ ଅନ୍ତର୍ଗତ ଧର୍ମଶାଳା ଥାନା ଅଧିନସ୍ଥ ସୋଲକୀ ଗାଁର ବାଜିମାଲ୍‌ ଅଞ୍ଚଳରେ ଥିବା ଜଙ୍ଗଲରେ ଆତଙ୍କବାଦୀ ମାନେ ଲୁଚିଥିବା ନେଇ ସେନା ଖବର ପାଇଥିଲା। ଖବର ପାଇ ସେନା, ପୁଲିସ ଓ ସିଆରପିଏଫର ଏକ ମିଳିତ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଘେରାଉ କରି ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories