www.samajalive.in
Sunday, December 7, 2025
13.1 C
Bhubaneswar

ଶୀତଦିନିଆ ତ୍ୱଚା ପାଇଁ କିଛି ସରଳ ଉପାୟ..

ଶୀତଦିନେ ତ୍ୱଚା ଅଥବା ଚର୍ମ ଜନିତ ଅନେକ ସମସ୍ୟା ଦେଖାଯାଏ । ବିଶେଷ କରି ଶୁଷ୍କପଣ ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଥାଏ । ଏଥିପାଇଁ ସଭିଏଁ ବିଭିନ୍ନ ଜିନିଷର ବ୍ୟବହାର ମଧ୍ୟ କରିଥାଆନ୍ତି । ଏହି ଦିନରେ ତ୍ବଚାର ବିଶେଷ ଯତ୍ନ ନେବାକୁ ପଡିଥାଏ। ଓଠ ଫାଟିବା, ଗୋଡ ଫାଟିବା, ମୁହଁର ସୌନ୍ଦର୍ଯ୍ୟ ଯେପରି ହ୍ରାସ ପାଇବା ଭଳି ଜଣାଯାଏ। ତେଣୁ ଏହିଦିନେ କିଛି ସ୍ୱତନ୍ତ୍ର ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ।
ତ୍ୱଚା ପାଇଁ ଖିର ସର ଆଶୀର୍ବାଦ ଅଟେ। ଏଥିରେ ଥିବା ପୋଷକ ତତ୍ତ୍ୱ ଆମ ମୁହଁର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ମୁହଁର ବିଭିନ୍ନ ସମସ୍ୟାକୁ ମଧ୍ୟ ଦୂର କରିଥାଏ।
ଯଦି ଆପଣଙ୍କ ତ୍ୱଚାର ଚମକ ହ୍ରାସ ପାଇଯିବା ଭଳି ଅନୁଭବ ହେଉଛି ତେବେ ସରରେ କିଛି ମହୁ ମିଶାଇ ଲଗାନ୍ତୁ। ଏପରି କରିବା ଦ୍ୱାରା ନିଜେ ଏହାର ଚମତ୍କାରିତା ଅନୁଭବ କରିବେ। ଏହାକୁ ନିୟମିତ ମୁହଁରେ ଲଗାଇଲେ ବହୁ ଦାମୀ କ୍ରିମ ତୁଳନାରେ ଏହା ତ୍ୱଚାର ଚମକକୁ ଖୁବ ଶୀଘ୍ର ବୃଦ୍ଧି କରିଥାଏ।
ଖିର ସରକୁ ନିୟମିତ ମୁହଁରେ ଲଗାଇଲେ ତ୍ୱଚାର ରଙ୍ଗ ମଧ୍ୟ ଗୋରା ହୋଇଥାଏ।
ବହୁ ଯୁବତୀ ଓ ମହିଳା ମୁହଁରେ ଥିବା ବିଭିନ୍ନ ପ୍ରକାରର ଦାଗ ଓ କଳା ଦାଗ ପାଇଁ ଚିନ୍ତିତ ରହିଥାଆନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ସରରେ ଅଳ୍ପ ଲେମ୍ବୁ ରସ ମିଶାଇ ଏହାକୁ ମୁହଁରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ।
ନିୟମିତ କିଛି ପରିମାଣରେ ଖିର ସରକୁ ମୁହଁରେ ଲଗାଇ ମାଲିସ କରନ୍ତୁ। ଏଭଳି କରିବା ଦ୍ୱାରା ମୁହଁ ଉଜ୍ୱଳ ହେବା ସହ ତ୍ୱଚାରରେ ଥିବା ଦୂଷିତ ପଦାର୍ଥ ବାହାରି ଯାଇଥାଏ।
ଶୀତଦିନେ ମୁହଁ ଓ ଶରୀରକୁ ନଡିଆତେଲରେ ଭଲରେ ମାଲିସ କରନ୍ତୁ। ଏହା ଦ୍ୱାରା ତ୍ୱଚା କୋମଳ ହେବା ସହ ଫାଟିନଥାଏ।
ଶୀତଦିନେ ସକାଳ ସମୟରେ ଖରାରେ ନିଶ୍ଚୟ ବସନ୍ତୁ। ଏହାପୂର୍ବରୁ ସନ କ୍ରିମ ନିଶ୍ଚୟ ଲଗାନ୍ତୁ।
ଶୀତଦିନେ ଅଲିଭ ଅଏଲରେ ନିଶ୍ଚୟ ଶରୀରକୁ ମାଲିସ କରନ୍ତୁ।
ମୁହଁରେ ଏଲୋବେରା ଜେଲରେ ନିଶ୍ଚୟ ଲଗାନ୍ତୁ।
ଅମୃତଭଣ୍ଡାକୁ ପେଷି ମୁହଁରେ ଲଗାନ୍ତୁ। ଏହା ମଧ୍ୟ ତ୍ୱଚା ପାଇଁ ଖୁବ ହିତକାରକ।
ତ୍ୱଚା ଅଧିକ ଶୁଷ୍କ ହେଉଥିଲେ ବାଦାମତେଲ ନିଶ୍ଚୟ ମୁହଁରେ ଲଗାନ୍ତୁ।
ଦହିକୁ ପ୍ରାକୃତିକ ମଶ୍ଚରାଇଜର କୁହାଯାଏ। ତେଣୁ ସପ୍ତାହକୁ ୨ ରୁ ୩ ଥର ଦହିକୁ ମୁହଁରେ ଲଗାଇ ମାଲିସ କରନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ।
ନଡିଆ ତେଲରେ ଲେମ୍ବୁ ରସ ମିଶାଇ ଲଗାଇଲେ ତ୍ଵଚାରୁ କଳା ଦାଗ ଦୂର ହୋଇଥାଏ। ଏହି ମିଶ୍ରଣକୁ ନିୟମିତ ଆଣ୍ଠୁ ଓ କହୁଣୀରେ ଲଗାଇଲେ କଳାଦାଗ ଦୂର ହୋଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories