www.samajalive.in
Sunday, December 14, 2025
23.1 C
Bhubaneswar

କୂଅରେ ପଡି ୫ ବର୍ଷ ଶିଶୁର ମୃତ୍ୟୁ

କାମାକ୍ଷାନଗର :  କାମାକ୍ଷାନଗର ଉପଖଣ୍ଡ କଙ୍କଡାହାଡ଼ ଥାନା ମରୁଆବିଲି ପଞ୍ଚାୟତ ଅନ୍ତର୍ଗତ ବଳଦିଆପାଳ ଗ୍ରାମରେ ସୋମବାର ଅପରାହ୍ନରେ ଏକ ୫ ବର୍ଷର ଶିଶୁ ଖେଳୁଥିଲା ବେଳେ କୂଅରେ ପଡି ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ ଶିଶୁ ଜଣକ ଗ୍ରାମର ବିଷକେତନ ମହାନ୍ତଙ୍କର ୫ ବର୍ଷର ପୁଅ ବାପୁନି ମହାନ୍ତ। ସୂଚନା ଅନୁଯାୟୀ ବାପୁନି ଆଜି ବିଦ୍ୟାଳୟରୁ ଫେରିବା ପରେ ଘର ପାଖରେ ଖେଳୁଥିଲା। ଖେଳୁଥିଲା ବେଳେ ସେ କୂଅରେ ଖସି ପଡିଥିଲା। ପୁଅକୁ ବହୁ ଖୋଜାଖୋଜି କରି ପରିବାର ଲୋକ କୂଅରୁ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବାପୁନିକୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାର ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପୁଲିସ ପକ୍ଷରୁ ଶିଶୁର ମୃତଦେହ ଜବତ ପରେ ବ୍ୟବଛେଦର ବ୍ୟବସ୍ଥା କରିଥିବାର ଜଣାଯାଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories