www.samajalive.in
Sunday, December 14, 2025
16.1 C
Bhubaneswar

ଘଟଗାଁ ବିଜେପିର ବ୍ଲକ ଘେରାଉ 

ପାଟଣା : ଘଟଗାଁ ବ୍ଲକ ବିଜେପି ପକ୍ଷରୁ ସୋମବାର ହାଟ ପଡ଼ିଆଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଘଟଗାଁ ବ୍ଲକ କାର୍ଯ୍ୟାଳୟ ଯିବା ସହ ବ୍ଲକ ସମ୍ମୁଖରେ ପହଞ୍ଚି ବ୍ଲକ ଘେରାଉ କରାଯାଇଥିଲା । ଘଟଗାଁ ବ୍ଲକର ବିଭିନ୍ନ ପଞ୍ଚାୟତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଯୋଜନା, କେନ୍ଦ୍ରୀୟ ଅନୁଦାନ ଓ ଅନ୍ୟାନ୍ୟ ପାଣ୍ଠି ବାବଦରେ ବିଗତ ୯ ବର୍ଷ ମଧ୍ୟରେ ଶହ ଶହ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି କିନ୍ତୁ ଘଟଗାଁ ବ୍ଲକରେ ପ୍ରଶାସନ ଓ ରାଜନେତା କେନ୍ଦ୍ରୀୟ ଯୋଜନାକୁ ହରିଲୁଟ କରି ଗରୀବ ଲୋକଙ୍କ ବିକାଶରେ ବାଧକ ସାଜିଛନ୍ତି । ବ୍ଲକର ବିଭିନ୍ନ ସରକାରୀ ଯୋଜନା ଏପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ପିସି କାରବାର ଚାଲିଛି । ଗରୀବ, ଶ୍ରମିକମାନଙ୍କ ପାଇଁ ଉଦ୍ଧିଷ୍ଟ ମନରେଗା କାମ ଲୋକଙ୍କ ଦ୍ୱାରା ନହୋଇ ମେସିନ ଦ୍ୱାରା ଚାଲିଛି । ଏନେଇ ସୋମବାର ଘଟଗାଁ ବ୍ଲକ ବିଜେପି ପକ୍ଷରୁ ଘଟଗାଁ ମଣ୍ଡଳ ସଭାପତି ରବି ନାରାୟଣ ଦେହୁରୀ ଓ ନିର୍ବାଚନ ମଣ୍ଡଳୀ ସଂଯୋଜକ ଅଖିଳ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ୱୀରାଜ କୁଅଁର ଯୋଗ ଦେଇ ବ୍ଲକ ପ୍ରଶାସନର ଭ୍ରଷ୍ଟାଚାର, ହରିଲୁଟ, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧରେ ଅଭିଯୋଗ ଆଣିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ଗରିବ ଯୋଗ୍ୟ ଲୋକକୁ ଚୟନ କରା ନ ଯାଇ ଅଧିକାଂଶ ଛାତଘର ଏବଂ ଗାଡ଼ି ଥିବା ଅଯୋଗ୍ୟ ଲୋକର ପରିବାର ପ୍ରତି ୩ ରୁ ୪ ସଦସ୍ୟଙ୍କୁ ବିଧାୟକଙ୍କ ସୁପାରିଶ ଅନୁସାରେ ଆବାସ ପ୍ରଦାନ ଦିଆଯାଇଥିବା ନେଇ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂ ବର୍ଷିଥିଲେ । ବିଧବା , ବାର୍ଦ୍ଧକ୍ୟ, ବିକଳାଙ୍ଗ ଭଳି ଅତି ସାଧାରଣ ସରକାରୀ ସହାୟତା ଚୟନ ପ୍ରକ୍ରିୟାରେ ମଧ୍ୟ ବିଧାୟକ, ବିଡ଼ିଓଙ୍କ ଭଳି ଲୋକମାନେ ରାଜନୀତି କରୁଥିବା କାରଣରୁ ବାରମ୍ବାର ଦୌଡ଼ିଲେ ମଧ୍ୟ ଯୋଗ୍ୟ ଲୋକଟିଏ କୌଣସି ସୁଫଳ ପାଇ ପାରୁନଥିବା ନେଇ ବିଜେପି ନେତା ଅମର ସିଂ ଅଭିଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟ ରେ ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ମହାନ୍ତି, ଜିଲ୍ଲା କାର୍ଯ୍ୟାଳୟ ସମ୍ପାଦକ ଜୟଦେବ ଗିରି , ଜିଲ୍ଲା ସମ୍ପାଦକ ଦୀପକ ଜେନା , ବିଜେପି ନେତା ଅଖିଳ ପାତ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରାଜେଶ ସିଂ, ସଂଜୟ ସାହୁ, ଇନ୍ଦ୍ରମଣି ମହାନ୍ତ, ଢେଙ୍କିକୋଟ ମଣ୍ଡଳ ସଭାପତି ଅକ୍ଷୟ ସିଂହ, ପଣ୍ଡାପଡା ମଣ୍ଡଳ ସଭାପତି ମନୋରଞ୍ଜନ ମହାନ୍ତି, ଯୁବ ନେତା ରୁଦ୍ର ପ୍ରସାଦ ବେହେରା ,ଗୋବିନ୍ଦ ମହାନ୍ତ ,ସୁମନ୍ତ କୁମାର ସାହୁ, ପ୍ରୀତମ ରୋଶନ ମହାପାତ୍ର, ଅଳତୀ ଖଟୁଆ ପ୍ରମୁଖ ସାମିଲ ହେଇଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories