www.samajalive.in
Sunday, December 14, 2025
16.1 C
Bhubaneswar

ବିଜେପିର ଜନ ଆକ୍ରୋଶ ଅଭିଯାନ ; ରେଙ୍ଗାଲି  ବ୍ଲକ କାର୍ଯ୍ୟାଳୟ ଘେରାଉ

ରେଙ୍ଗାଲି : ରାଜ୍ୟରେ  ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀ, ଅଗଣତାନ୍ତ୍ରିକ ସରକାର ଚାଲିଥିବା ଅଭିଯୋଗ କରି ଏହାର ପ୍ରତିବାଦ ପାଇଁ ବିଜେପି ପକ୍ଷରୁ ରାଜ୍ୟ ବ୍ୟାପି ଜନ ଆକ୍ରୋଶ ଅଭିଯାନ ଚଲାଇ ବ୍ଳକ୍ ଅଫିସ ଘେରାଉ  କାର୍ଯ୍ୟକ୍ରମ ଜାରି ରହିଛି । ଆଜି ବିଜେପି ପକ୍ଷରୁ ଏହି ଅବସରରେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଅଫିସ ଘେରାଉ କରାଯାଇଥିଲା।
ବିଧାୟକ ନାଉରି ନାୟକଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ବିଜେପି ନେତା, କର୍ମୀ ଓ ସମର୍ଥକ ରେଙ୍ଗାଲି ମହାବୀର ଛକରୁ ଏକ  ଶୋଭାଯାତ୍ରାରେ ବାହାରି ରେଙ୍ଗାଲି ସହର ପରିକ୍ରମା କରି ବ୍ଳକ କାର୍ଯ୍ୟାଳୟରେ  ପହଞ୍ଚିଥିଲେ। ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ  ଯୁବନେତା ଉତ୍ତମ ବିଶ୍ବାଳଙ୍କ ସଭାପତିତ୍ବରେ ପ୍ରତିବାଦ ସଭା  ହୋଇଥିଲା । ସଭାରେ ବିଧାୟକ ଶ୍ରୀ ନାଏକ ଅଭିଭାଷଣ ଦେଇ  ରାଜ୍ୟରେ ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀ,  ଅଗଣତାନ୍ତ୍ରିକ ସରକାର ଚାଲିଛି ବୋଲି ବକ୍ତବ୍ଯ ରଖି ସରକାର ଙ୍କ କାର୍ଯ୍ୟକଳାପ ର,ତୀୀବ୍ର ସମାଲୋଚନା କରିିଥିଲେ।  ରାଜ୍ଯ ଉପ-ସଭାପତି ପୂର୍ବତନ ବିଧାୟକ ରବି ନାୟକ ଶାସନ ମଣ୍ଡଳ ସଭାପତି ପ୍ରଶାନ୍ତ ବାରିକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ରାଜ୍ୟ କୃଷକ ମୋର୍ଚ୍ଚା ଉପ-ସଭାପତି ଚନ୍ଦ୍ର ଶେଖର ପଣ୍ଡା, ଜିଲ୍ଲା ଉପସଭାପତି ବେଣୁଧର ପ୍ରଧାନ , ବରିଷ୍ଠ ବିଜେପି ନେତା ଅନ୍ତର୍ଯ୍ୟାମୀ ପାଣି, ଲଇଡା ମଣ୍ଡଳ ସଭାପତି ପ୍ରକାଶ ପୁଷ୍ଟି , ନିଶାନଭଙ୍ଗା ସରପଞ୍ଚ ସରୋଜ ମେହେର ପ୍ରମୁଖ  ସଭାରେ ଉଦବୋଧନ ଦେଇ ସରକାରଙ୍କ ପ୍ରୋତ୍ସାହନରେ ଚାଲିଥିବା ଦୁର୍ନୀତି, ବ୍ୟଭିଚାର ଆଦି  ଜନବିରୋଧି କାର୍ଯ୍ୟକଳାପର ତୀବ୍ର ସମାଲୋଚନା କରିଥିଲେ।
ଆଶିଷ ହୋତା, ସୁଧିର ଗୁପ୍ତା ,ଅଶ୍ଵିନୀ ମାଝୀ, ସଜ୍ଜନ ପୋଦାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories