www.samajalive.in
Sunday, December 14, 2025
26.1 C
Bhubaneswar

ଧରଣୀଧର ବିଶ୍ୱବିଦ୍ୟାଳୟରେ ଯୁବ ବିକାଶ କାର୍ଯ୍ୟକ୍ରମ

କେନ୍ଦୁଝରଗଡ଼ :  ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ଏବଂ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଧରଣୀଧର ବିଶ୍ୱବିଦ୍ୟାଳୟ ପକ୍ଷରୁ ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହୋଇଛି ଓ ଏହା  ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଜାରି ରହିବ । କ୍ରୀଡା, ସାହିତ୍ୟ ଏବଂ ସମାଜସେବା ଓ ସଚେତନତା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବାସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହିକ୍ରମରେ ସୋମବାର ଅପରାହ୍ଣରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଦ୍ୱାରା କ୍ରୀଡା ଉତ୍ସବ ଉଦ୍‌‌ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭା ପ୍ରାରମ୍ଭରେ କୁଳପତି କ୍ରୀଡା ଧ୍ୱଜା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉଦ୍‌‌ଘାଟନ କରି ଲୁକ୍କାୟିତ ପ୍ରତିଭା ଉନ୍ମୋଚନରେ ଏହି ପ୍ରତିଯୋଗିତା ଆୟୋଜନ ସଫଳ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ଧରଣୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ବିକାଶ କାର୍ଯ୍ୟକ୍ରମ ନୋଡାଲ ଅଫିସର ଡ. ଅନୁପମା ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର ମହାକୁଡ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କ୍ରୀଡାର ସୁଯୋଗ ଓ ମହତ୍ବ ସ୍‌‌ପର୍କରେ ଆଲୋକପାତ କରିଥିଲେ। କୁଳସଚିବ ନରେନ୍ଦ୍ର କୁମାର ସାହୁ ସରକାରଙ୍କ ଯୁବ ବିକାଶ କାର୍ଯ୍ୟକ୍ରମ ରାଜ୍ୟ ଓ ଦେଶକୁ ସୁଦୃଢ କରିବ ବୋଲି ମତ ରଖିଥିଲେ। ଅଧ୍ୟ।।ପକ ବଳରାମ ମାରାଣ୍ଡି, ଡ. ଶ୍ରୀଧର ସନ୍ନ୍ୟାସୀ, ଅମିତ କୁମାର ତ୍ରିପାଠୀ, ଡ. ଦୀପକ କୁମାର ଦାଶ ଓ ଅଧ୍ୟାପିକା ଭାରତୀ ମୁଣ୍ଡା, ଶୁଭସ୍ମିତା ଦାଶ, ସଲମା କିସ୍କୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡ. ସରିତା ନାୟକ, ଡ. ବିଶ୍ୱ ରଞ୍ଜନ ଧଳ, ମାନସ ରାଉତ ପ୍ରମୁଖ ଛାତ୍ରଛାତ୍ରୀ କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିଲେ । ଶେଷରେ ବିଶ୍ୱବିଦ୍ୟାଳୟର ଯୁବ ବିକାଶ କାର୍ଯ୍ୟକ୍ରମ ନୋଡାଲ ଅଫିସର ଡ. ସୁମନ୍ତ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ କୁଳପତି ଡ.ମହାନ୍ତି ଓ ଜିଲା କ୍ରୀଡା ଅଧିକାରୀ ବ୍ୟାଡମିଣ୍ଟନ ପ୍ରତିଯୋଗିତାକୁ ଉଦ୍‌‌ଘାଟନ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories