www.samajalive.in
Sunday, December 14, 2025
14.1 C
Bhubaneswar

ମାଗଣା ସ୍ୱାସ୍ଥ୍ୟ ଶିବିର, ୪୦୦ରୁ ଅଧିକ ରୋଗୀ ଉପକୃତ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଆୟୁବ ଖାନ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ ପକ୍ଷରୁ ଏକ ଦ୍ଵିବସୀୟ ନିଶୁଳ୍କ ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ସର୍ଜରୀ ବିଶେଷଜ୍ଞ ଡାକ୍ତର ଧରବିନ୍ଦ୍ ଝା, ମେଡିସିନ ବିଶେଷଜ୍ଞ ଡାକ୍ତର ହେମନ୍ତ କୁମାର ମେହେର, କିଡନୀ ଏବଂ ମୂତ୍ର ବିଶେଷଜ୍ଞ ଡାକ୍ତର ଅମଜଦ ଖାଁ, ସ୍ତ୍ରୀ ଓ ମହିଳା ରୋଗ ବିଶେଷଜ୍ଞ ଡାକ୍ତର ଏନ.କେ. ପାଣିଗ୍ରାହୀ, ରେଡିଓଲୋଜିଷ୍ଟ ବିଶେଷଜ୍ଞ ଡାକ୍ତର ଅମତୁଲ ଖାନ, ଅସ୍ଥି ସଲ୍ୟ ବିଶେଷଜ୍ଞ ଡାକ୍ତର ଦେବାଶିଷ ମେହେର ପ୍ରମୁଖ ଏହି ଶିବିରରେ ରୋଗୀମାନଙ୍କୁ ସେବା ଯୋଗାଇଥିଲେ । ଏହି ନିଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିରରେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ହାଜି ମହମ୍ମଦ ଆୟୁବ ଖାନ ଯୋଗ ଦେଇଥିଲେ। କଣ୍ଟାବାଞ୍ଜି ସହର ତଥା ଏହାର ଆଖପାଖ ଅଞ୍ଚଳର ୪୦୦ ରୁ ଉର୍ଦ୍ଧ ରୋଗୀ ସେମାନଙ୍କର ଚିକିତ୍ସା କରି ଏହି ଶିବିରର ସୁଯୋଗ ନେଇଥିଲେ ।
ଏହି ଅବସରରେ ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ହସ୍ପିଟାଲର ଏମ.ଡି. ଡାକ୍ତର ଅମଜଦ ଖାନ କହିଛନ୍ତି ଯେ ଆଗାମୀ ସମୟରେ ଆୟୁବ ଖାନ ମଲ୍ଟି ସ୍ପେସିଆଲିଷ୍ଟ ହସ୍ପିଟାଲ ଦ୍ୱାରା ସମଗ୍ର ଅଞ୍ଚଳର ବିଭିନ୍ନ ସ୍ଥାନରେ ନିଶୁଳ୍କ ଚିକିତ୍ସା ଶିବିର ଆୟୋଜନ କରାଯିବ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀମାନେ ଏହି ଡାକ୍ତରଖାନାରୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ପାଇବେ ବୋଲି ସୂଚନା ଦେଇଛନ୍ତି ।

Hot this week

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

Related Articles

Popular Categories