ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ଆଞ୍ଚଳିକ ପେଶାଦାର ସାମ୍ବାଦିକ ସଂଘର ମୁଖପତ୍ର ‘ଫୁଲ ବଉଳବେଣୀ’ର ୭ମ ସ୍ୱନକ୍ଷତ୍ର ଉତ୍ସବ ଗାନ୍ଧିଛକସ୍ଥିତ ପୌର ଟାଉନହଲରେ ରବିବାର ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଦୀପକ କୁମାର ମଙ୍ଗରାଜଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି କଟକ ଜିଲ୍ଲା ସମ୍ପାଦକ ବୈରାଗୀ ଚରଣ ପ୍ରଧାନ, ଜୟନ୍ତ ସ୍ୱାଇଁ, ସନ୍ତୋଷ କୁମାର ମହାନ୍ତି, ବିଧାୟକ ପ୍ରତିନିଧି ବିଷ୍ଣୁ ଚରଣ ପରିଡ଼ା, ବିରଜା ପ୍ରସାଦ ରାଉତ, ଅଶୋକ ମହାନ୍ତି, ପଦ୍ମଲାଭ ବରାଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ‘ଫୁଲ ବଉଳବେଣୀ’ର ଉନ୍ମୋଚନ କରିଥିଲେ। ଏହି ଅବସରରେ ବହୁ ସାମ୍ବାଦିକ ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଜିତ୍ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଂଘର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Popular Categories



