www.samajalive.in
Sunday, December 14, 2025
16.1 C
Bhubaneswar

କ୍ବାକ୍‌ଙ୍କ ଭୁଲ୍‌ ଇଞ୍ଜେକ୍ସନ ଜୀବନ ନେଲା

ବଲାଙ୍ଗିର/କଣ୍ଟାବାଞ୍ଜି : ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ସହର ତଥା ଗ୍ରାମାଞ୍ଚଳରେ ଡାକ୍ତରଖାନା ରହିଛି । ସରକାର ଲୋକଙ୍କୁ ସ୍ବାସ୍ଥ୍ୟ ସେବା ସହ ମାଗଣାରେ ଔଷଧ ଯୋଗାଇ ଦେଉଛନ୍ତି। ତଥାପି ଗ୍ରାମାଞ୍ଚଳରେ କ୍ବାକ୍‌ଙ୍କ ପ୍ରାଦୁର୍ଭାବ କମୁ ନାହିଁ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବାରମ୍ବାର ସଚେତନତା ସତ୍ତ୍ବେ ବିଭିନ୍ନ ସମୟରେ ରୋଗାକ୍ରାନ୍ତ ଲୋକେ ଡାକ୍ତରଖାନା ଯିବା ବଦଳରେ କ୍ବାକ୍‌ଙ୍କ ଦ୍ବାରସ୍ଥ ହୋଇ ଗୁରୁତର ହେଉଛନ୍ତି। ଏପରିକି ଭୁଲ୍‌ ଚିକିତ୍ସା ଯୋଗୁଁ ଅକାରଣରେ ଜୀବନ ହରାଉଛନ୍ତି। ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଚନାବାହାଲ ଗ୍ରାମରୁ। କ୍ବାକ୍‌ଙ୍କ ଭୁଲ୍‌ ଇଞ୍ଜେକ୍ସନ ଯୋଗୁଁ ଗ୍ରାମର ଶିବ ମହାନନ୍ଦ (୫୪)ଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଚନାବାହାଲ ଗ୍ରାମର ଶିବ ରବିବାର ସକାଳେ କାଠ କାଟୁଥିବା ସମୟରେ ଅସାବଧାନତା ହେତୁ ଗୋଡ଼ରେ କୁରାଢ଼ୀ ବାଜି ରକ୍ତସ୍ରାବ ହୋଇଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନନେଇ ନିକଟସ୍ଥ ବାଗବାହାଲି ଗ୍ରାମର କ୍ବାକ୍‌ ପ୍ରମୋଦ ମହାକୁରଙ୍କୁ ଘରକୁ ଡକାଇଥିଲେ। ପ୍ରମୋଦ ଶିବଙ୍କୁ ଇଞ୍ଜେକ୍ସନ ଦେଇଥିଲେ। ଇଞ୍ଜେକ୍ସନ ଦେବା ପରେ ଶିବ ଗୁରୁତର ହେବାରୁ କ୍ବାକ୍‌ ପ୍ରମୋଦ ଫେରାର୍‌ ହୋଇଯାଇଥିଲେ। ପରିବାର ଲୋକେ ଶିବଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ଶିବଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। କ୍ବାକ୍‌ଙ୍କ ଭୁଲ୍‌ ଇଞ୍ଜେକ୍ସନ ଯୋଗୁଁ ଶିବଙ୍କ ମୃତ୍ୟୁ ଅଭିଯୋଗ କରି ପରିବାର ଲୋକେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଖବରପାଇ କଣ୍ଟାବାଞ୍ଜି ପୁଲିସ ଓ ପରେ ମୁରିବାହାଲ ପୁଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଥିଲା। ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇନଥିବା ବେଳେ ମୁରିବାହାଲ ପୁଲିସ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ କ୍ବାକ୍‌ ପ୍ରମୋଦ ମହାକୁରକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସିପୋରା ଲୁଗୁନ୍‌ ପ୍ରକାଶ କରିଛନ୍ତି ।
ଜିଲାର ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ ଅଞ୍ଚଳରେ ନିଜକୁ ଡାକ୍ତର ପରିଚୟ ଦେଇ କ୍ବାକ୍‌ମାନେ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି। ବିଭିନ୍ନ ସମୟରେ ଏ ସମ୍ପର୍କରେ ପ୍ରଶାସନ ନିକଟରେ ଅଭିଯୋଗ ହେଉଥିଲେ ବି କୌଣସି ଆଖିଦୃଶିଆ ପଦକ୍ଷେପ କିମ୍ବା କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନଥିବାରୁ କ୍ବାକ୍‌ମାନେ ନିର୍ବିଘ୍ନରେ ଚିକିତ୍ସା ଜାରି ରଖିଛନ୍ତି। ରବିବାର ଚନାବାହାଲ ଗ୍ରାମରେ କ୍ବାକ୍‌ଙ୍କ ଭୁଲ୍‌ ଚିକିତ୍ସାରେ ଜଣକର ମୃତ୍ୟୁ ଅଭିଯୋଗକୁ ଜିଲା ସ୍ବାସ୍ଥ୍ୟ ବିଭାଗ ଗୁରୁତର ସହ ଗ୍ରହଣ କରିଛି। ଅଭିଯୋଗ ଉପରେ ତଦନ୍ତ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା.କୁବେରଚନ୍ଦ୍ର ମହନ୍ତ ସୂଚନା ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories