www.samajalive.in
Saturday, December 13, 2025
26.1 C
Bhubaneswar

କିଲିମାଞ୍ଜେରୋ ଆରୋହଣ କଲେ ପରମାନନ୍ଦ

କଟକ: ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋକୁ ସଫଳତାର ସହ ଆରୋହଣ କରିଛନ୍ତି ପରମାନନ୍ଦ ରାଉତ। ଢେଙ୍କାନାଳ ଜିଲା ମଣିପୁର ଗ୍ରାମ ଜେନାସାହୁପାଟଣାର ପରମାନନ୍ଦ ଗତ ୯ରେ ଭୁବନେଶ୍ବରରୁ ମୁମ୍ବଇ ଦେଇ ତାଞ୍ଜାନିଆର କିଲିମାଞ୍ଜାରୋରେ ପହଞ୍ଚିଥିଲେ।ସେଠାରୁ ଗାଇଡ୍‌ଙ୍କ ସହ ତାଞ୍ଜାନିଆ ନ୍ୟାସନାଲ ପାର୍କର ମୋରାଙ୍ଗୋ ଗେଟ୍‌ ଦେଇ ତାଞ୍ଜାନିଆ ପାର୍କ ମଧ୍ୟକୁ ପ୍ରବେଶ କରିଥିଲେ।ଦ୍ବିତୀୟ ଦିନରେ ମାଣ୍ଡରା ହଟ୍‌ (୧୮୬୦)କିମି, ତୃତୀୟ ଦିନ ହରମ୍ବୋ ହଟ୍‌ (୨୭୦୦) କିମି,ଚତୁର୍ଥ ଦିନ ଲିବୋ ହଟ୍‌ (୩୭୦୦) କିମି, ପଞ୍ଚମ ଦିନ କିବୋ ହଟ୍‌ରୁ ବେସ କ୍ୟାମ୍ପଠାରେ ପହଞ୍ଚିଥିଲେ।

୧୫ ତାରିଖ ସକାଳ ୭ଟାରେ ପରମାନନ୍ଦ କିଲିମାଞ୍ଜାରୋ ଶିଖର​ରେ ସାଥି ପର୍ବତାରୋହୀମାନଙ୍କ ସହ ପହଞ୍ଚିଥିଲେ। ଗାଇଡଙ୍କ ସହ ଜାତୀୟ ପତାକା ଉଡାଇବା ପରେ ବେସ୍‌ କ୍ୟାମ୍ପକୁ ଫେରିଥିଲେ। ସ୍ବର୍ଗତ ଧୋଇଆ ରାଉତ ଓ କାଞ୍ଚନ ରାଉତଙ୍କ କନିଷ୍ଠ ପୁତ୍ର ପରମାନନ୍ଦ କିଲିମାଞ୍ଜାରୋ ଆରୋହଣ ସହ ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହୀ ସ୍ବର୍ଗତ କଳ୍ପନା ଦାଶଙ୍କ ଜିଲା ଢେଙ୍କାନାଳ ଓ ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି ।

- Advertisement -

ପର୍ବତାରୋହୀ ନୃସିଂହ ଚରଣ ସାହୁ ପରମାନନ୍ଦଙ୍କ ପଥ ପ୍ରଦର୍ଶକ ରହିଛନ୍ତି। କିଲିମାଞ୍ଜାରୋ ଆରୋହଣ କରିଥିବା ପରମାନନ୍ଦଙ୍କୁ ଏଭରେଷ୍ଟ ଆରୋହୀ ସ୍ବର୍ଣ୍ଣଲତା ପ୍ରଧାନ, ସିଦ୍ଧାର୍ଥ ରାଉତରାୟ, ଚିନ୍ମୟ ମହାରଣା, ମଧୁସ୍ମିତା ପାତ୍ର, ସଲିମ ଜାରକା, ଭବାନୀ, ଶ୍ରୀନିବାସ ନାଥ, ଲିପିକା ସେଠ୍‌, କୁଶ ଆର୍ଲଟ,ଡଃ ଆଦିତ୍ୟ ଖଡଙ୍ଗା,ନୀଳାଚଳ ପରିଡ଼ା, ଶଶାଙ୍କ ଶେଖର ରଥ , କମାଣ୍ଡର ଡି.କେ ମିଶ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories