www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରଶାସନର ମନୋମୁଖି କାର୍ଯ୍ୟର ପ୍ରତିବାଦ, ସମିତି ବୈଠକକୁ ବର୍ଜନ କଲେ ଜନ ପ୍ରତିନିଧି

କଲମପୁର: ବ୍ଲକ ପ୍ରଶାସନ ଦ୍ୱାରା ସମିତି ଦ୍ୱାରା ଅନୁମୋଦିତ ପ୍ରକଳ୍ପ ପ୍ରତିବଦଳରେ ମନୋମୁଖି ପ୍ରକଳ୍ପ ସବୁକୁ ଗୃହିତ କରିଥିବାର ପ୍ରତିବାଦରେ ଶୁକ୍ରବାର କଲମପୁର ସମିତି ସଭାଗୃହ ଠାରେ ଆୟୋଜିତ ସମିତି ବୈଠକକୁ ଜନ ପ୍ରତିନିଧି ବର୍ଜନ କରିଛନ୍ତି। ଯାହା ସାଧାରମରେ ଆଲୋଡନ ସୃଷ୍ଟି କରିଛି।
ସୂଚନା ଅନୁସାରେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ଆବାହନ ତଥା ସମିତି ଅଧ୍ୟକ୍ଷା ମୋତି ବିହାରୀଙ୍କ ଅଧ୍ୟକ୍ଷତାରେ ସମିତି ବୈଠକ ଆୟୋଜନ କରାଯାଇଥିଲା। ଏଥିରେ ବ୍ଲକରେ ଥିବା ଶିକ୍ଷା ବିଭାଗ ପକ୍ଷରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁସାନ୍ତ କୁମାର ଖମାରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ହେମନ୍ତ କୁମାର ଶଗଡିଆ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସ୍ମୃତୀ ରଞ୍ଜନ ସେଠୀ, ସାମାଜିକ ସୁରକ୍ଷା ଅଧିକାରୀ ଖିତିସୂତା ମେହେର, ମହିଳା ଓ ଶିଶୁ ବିକାଶ ବିଭାଗ କ୍ଷେତ୍ର ପରିଦର୍ଶିକା ବାସନ୍ତୀ ନାୟକ, ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଜିତେନ୍ଦ୍ର କୁମାରଙ୍କ ସମେତ ବିଧାୟକଙ୍କ ପ୍ରତିନିଧି ସଦା ଚନ୍ଦନ, ସମସ୍ତ ପଞ୍ଚାୟତର ସରପଂଚ, ସମିତି ସଭ୍ୟ, ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ ଉପସ୍ଥିତ ରହିଥିଲେ। ଏହି ସମିତି ବୈଠକରେ ପୂର୍ବ ବୈଠକର ବିବରଣୀ ପଠନ କରାଯାଇଥିଲା। ଏହି ବିରଣୀରେ ପୂର୍ବ ବୈଠକରେ ସମିତି ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ସମ୍ବନ୍ଧରେ ଆଲୋଚନା ହେଇଥିଲା।

କିନ୍ତୁ ସମିତି ଦ୍ୱାରା ଗୃହିତ ପ୍ରକଳ୍ପ ଗୁଡିକ ବଦଳରେ କିଛି ପ୍ରକଳ୍ପ ନିଜ ମନମୁତାବକ ଦିଆଯଇ ଗୃହିତ କରାଯାଇଥିବାରୁ ଜନ ପ୍ରତିନିଧଙ୍ôକ ମନରେ ଅସନ୍ତୋଷ ଦେଖା ଦେଇଥିଲା। ଏହୋସହ କିଛି ଅଧିକାରୀ ସମିତି ବୈଠକରେ ଅନୁପସ୍ତିତ ରହିଥିବାରୁ ଜନ ପ୍ରତିନିଧି ମାନେ ଆପତି ଉଠାଇଥିଲେ। ଏହାକୁ କେନ୍ଦ୍ରକରି ସମସ୍ତ ସରପଂଚ, ସମିତି ସଭ୍ୟ, ସଭ୍ୟାଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟା ବୈଠକକୁ ବର୍ଜନ କରିଥିଲେ। ଶେଷରେ ପ୍ରଶାସନ ପକ୍ଷରୁ ଏହି ବୈଠକକୁ ବାତିଲ କରାଯାଇଥିବା ଘୋଷଣା କରିଥିଲେ। ପଂ·ୟତ ନିୟମାବଳୀ ଅନୁସାରେ ସମିତିର ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତିରେ ସମିତି ସଭ୍ୟ, ସଭ୍ୟାଙ୍କ ସମେତ ସରପଂଚଙ୍କ ମତାମତ ଉପରେ ଗୁରୁତ୍ୱ ଦିଆଯାଏ। କିନ୍ତୁ ପରିତାପର ବିଷୟ କଲମପୁର ସମିତି ରେ ସରପଂଚ ସମିତି ମାନଙ୍କ ଅଗୋଚରରେ କିଛି ପ୍ରକଳ୍ପ ଅନୁମୋଦିତ କରାଯାଇଛି। ତେଣୁ ଆଜିର ସମିତି ବୈଠକକୁ ସରପଂଚଙ୍କ ସମେତ ସମିତି ସବ୍ୟ ସବ୍ୟା ଏବଂ ଜିଲ୍ଲା ପରିଷଦ ସଭ୍ୟା ମିଳିତ ଭାବେ ବର୍ଜନ କରିଥିବା ବଡକୁଟୃ ସରପଂଚ ଗଣେଶ ଚନ୍ଦ୍ର ପଣ୍ଡା ନିଜ ମତାମତ ରଖିଛନ୍ତି। ସରପଂଚଙ୍କ ପ୍ରତି ଅଣ ଦେଖା କରିଥିବାରୁ ଆମେ ବୈଠକ ବର୍ଜନ କରିଛୁ ବୋଲି ପଣ୍ଡିଗାଁ ସରପଂଚ କବିତା ଜୈନ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ ବି.ଡି.ଓ ବିଜୟ କୁମାର ମାଣ୍ଡାଙ୍ଗୁ କୌଣସି ପ୍ରତିକ୍ରିୟା ଦେବାକୁ ବାରଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories