www.samajalive.in
Monday, December 8, 2025
14.1 C
Bhubaneswar

ଜଳବାୟୁ ପରିବର୍ତ୍ତନରେ ଖାଦ୍ୟରୁ ପୌଷ୍ଟିକତା ହ୍ରାସ

ନୂଆଦିଲ୍ଲୀ: ଖାଦ୍ୟ ପ୍ରସ୍ତୁତି ସମୟରେ ଗଛ ଅଙ୍ଗାରକାମ୍ଳ ଗ୍ରହଣ କରିଥାଏ। ସୂର୍ଯ୍ୟକିରଣରୁ ଶକ୍ତି ସଂଗ୍ରହ କରିଥାଏ। ଜଳବାୟୁ ପରିବର୍ତ୍ତନ ହେତୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧି ପାଉଛି। କେତେକ ଭାବନ୍ତି, ଅଙ୍ଗାରକାମ୍ଳ ବୃଦ୍ଧି ହେତୁ ଫସଲ ଉତ୍ପାଦନ ଅଧିକ ହେବ, ହେଲେ ଏହା ଭୁଲ୍‌‌ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ୍‌‌ର ବୈଜ୍ଞାନିକମାନେ ଅଧ୍ୟୟନ ପରେ ପ୍ରକାଶ କରିଛନ୍ତି ଯେ ଏହିଭଳି ଅଙ୍ଗାରକାମ୍ଳ ବୃଦ୍ଧି ପାଇଲେ ମୁଖ୍ୟ ଖାଦ୍ୟରୁ ପୌଷ୍ଟିକତା ହ୍ରାସ ପାଇବ। ବିଶେଷ କରି ଗହମ, ମକା, ସୋୟାବିନ୍‌‌ ଓ ଚାଉଳରୁ ପୌଷ୍ଟିକତା, ଆଇରନ ଓ ଜିଙ୍କ ଭିଟାମିନ୍‌‌ ହ୍ରାସ ପାଇବ।

ବୈଜ୍ଞାନିକଙ୍କ କହିବାନୁସାରେ, ଏହି ସମସ୍ୟା ବର୍ତ୍ତମାନଠାରୁ ଧୀରେ ଧୀରେ ଆରମ୍ଭ ହେଉଛି। ୨୦୫୦ ବେଳକୁ ଏହା ଦ୍ରୁତବେଗରେ ବୃଦ୍ଧି ପାଇଯାଇଥିବ। ବିଶେଷ କରି ଗରିବ ଲୋକମାନେ ଏହି ଖାଦ୍ୟରୁ ହିଁ ପ୍ରୋଟିନ୍‌‌ ପାଇଥା’ନ୍ତି। ହେଲେ ଏଥିରୁ ପୌଷ୍ଟିକତା ହ୍ରାସ ପାଉଥିବାରୁ ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ବୋଲି ବୈଜ୍ଞାନିକ ପ୍ରକାଶ କରିଛନ୍ତି। ସେମାନଙ୍କ କହିବାନୁସାରେ, ଧନୀ ଲୋକମାନେ ମାଛ, ମାଂସ, ଅଣ୍ଡା ଓ କ୍ଷୀର ଆଦି ଖାଇପାରିବେ। ହେଲେ ଗରିବ ଲୋକ ପକ୍ଷେ ଏସବୁ ଖାଦ୍ୟ ଖାଇବା ସମ୍ଭବ ନୁହେଁ। ତେଣୁ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ହ୍ରାସ ପାଇଁ ଗଛ ଲଗାଇବା ତଥା ଜଙ୍ଗଲ ସୃଷ୍ଟି କରିବା ଦରକାର।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories