www.samajalive.in
Wednesday, December 10, 2025
14.1 C
Bhubaneswar

ବିଜେପୁର କଲେଜ ଅଡିଟୋରିୟମ ଶିଳାନ୍ୟାସ, ୭୮ ଲକ୍ଷ ୪୩ ହଜାର ବ୍ୟୟବରାଦ

ବରଗଡ: ବରଗଡ ଜିଲା ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ଜିଲାରେ ଅନେକ ଉନ୍ନୟନମୂଳକ କାର୍ୟ୍ୟର ତଦାରଖ କରିବା ସହ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବିଜେପୁର କଲେଜରେ ବହୁମୂଖି ଅଡିଟୋରିୟମର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ଶ୍ରୀ ତ୍ରିପାଠୀ । ପ୍ରାୟ ୭୮ ଲକ୍ଷ ୪୩ ହଜାର ବ୍ୟୟବରାଦରେ ଏହି ଅଡିଟୋରିୟମ ନିର୍ମାଣ କରାଯିବ।

ଏହି ଅବସରରେ ଶ୍ରୀ ତ୍ରିପାଠୀ କହିଛନ୍ତି, କଲେଜରେ ଉନ୍ନତିକରଣ ହେଲେ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ବିକାଶ ହେବ। ସେମାନଙ୍କ ଶିକ୍ଷାର ମାନ ବୃଦ୍ଧି କରିବା ସହ ପାଠ୍ୟକ୍ରମ ବହିର୍ଭୁତ କାର୍ଯ୍ୟକ୍ରମରେ ଅଡିଟୋରିୟମ୍ ବିଶେଷ ଭାବରେ ସହାୟକ ହେବ। ସମ୍ବଲପୁର ଜି.ଏମ୍ ବିଶ୍ବବିଦ୍ୟାଳୟରେ ପରିଷଦର ବ୍ୟୟବରାଦରେ ନିର୍ମାଣ ହୋଇଥିବା ଅଡିଟୋରିୟମରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରସଂଶା କରିଛନ୍ତି। ତେଣୁ ସେଭଳି ଭାବେ ଏହି ମହାବିଦ୍ୟାଳୟର ଅଡିଟୋରିୟମ ମଧ୍ୟ ନିର୍ମାଣ କରାଯିବ ବୋଲି ମୋର ଆଶା। ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଜେପୁର ବିଧାୟିକାତଥା ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ରିତା ସାହୁ ଉପସ୍ଥିତ ଥିଲେ।

- Advertisement -

ଅନ୍ୟପକ୍ଷେ ବିଜେପୁର ବ୍ଲକ ସ୍ଥିତ ଟାଙ୍ଗରୁପଦରରୁ ମଘା ରାସ୍ତା ଓ ତଳପଦରରୁ ବରଗୋଡା ରାସ୍ତାରେ ବ୍ରିଜ୍ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ଶ୍ରୀ ତ୍ରିପାଠୀ। ଏହି ବ୍ରିଜ୍ ନିର୍ମାଣ ପାଇଁ ପ୍ରତ୍ୟେକ ୨୦ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ଅନ୍ୟପକ୍ଷେ ଅତାବିରା ବ୍ଲକ ସ୍ଥିତ ଖଇରପାଲି ମୁଖ୍ୟମନ୍ତ୍ରୀ ସଭାଘର ପରିଦର୍ଶନ କରିଛନ୍ତି ପରିଷଦର ଅଧ୍ୟକ୍ଷ। ଏହି ସଭାଘର ନିର୍ମାଣ ପାଇଁ ପରିଷଦ ପକ୍ଷରୁ ୮୪ ଲକ୍ଷ ୧୫ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା।

ଗସ୍ତ କାର୍ଯ୍ୟକ୍ରମରେ ବରଗଡ ଜିଲାପାଳ ମନିଷା ବାନାର୍ଜୀ ଉପସ୍ଥିତ ଥିଲା ବେଳେ ପରିଷଦର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଡ଼ ଅଜିତ୍ କୁମାର ମିଶ୍ର ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories