www.samajalive.in
Sunday, November 16, 2025
15.1 C
Bhubaneswar

ବଲାଙ୍ଗିର ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ, ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାରେ ଦେଲେ ଯୋଗ

ବଲାଙ୍ଗିର: ବଲାଙ୍ଗିର ଜିଲା ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ। ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାରେ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଛନ୍ତି ଶ୍ରୀ ତ୍ରିପାଠୀ । କୋଶଳ କଳା ମଣ୍ଡପରେ ଜିଲା ପ୍ରଶାସନ ଓ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗ ପକ୍ଷରୁ ଏହି ମେଳାର ଆୟୋଜନ କରାଯାଇଛି । ମେଳାରେ ବିଭିନ୍ନ ଷ୍ଟଲ ବୁଲି ଜିଲ୍ଲାର ସଫଳ ଚାଷୀ ତଥା ଯୁବ ଉଦ୍ୟୋଗୀ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।

ଏହି ଅବସରରେ ସେ କହିଛନ୍ତି, ମେଳାରେ ନୂତନ ଜ୍ଞାନ କୌଶଳ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜାଣିବାକୁ ପାଇବେ ଚାଷୀ। ସରକାରଙ୍କ ନୂତନ କ୍ଷୁଦ୍ର ଶିଳ୍ପ ନୀତିର ଲାଭ ଉଠାଇବା ସହ ନିଜସ୍ବ ଆୟ ଅଭିବୃଦ୍ଧି କରିବାରେ ଏହା ସହାୟ ହେବ। ଜିଲାର କୁକୁଡା ଚାଷୀ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଅଧିକ ଅଣ୍ଡା ଉତ୍ପାଦନ କରିପାରୁଛନ୍ତି। କାର୍ଯ୍ୟକ୍ରମରେ ସଫଳ ଉଦ୍ୟୋଗୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ।
ଅନ୍ୟପକ୍ଷେ ଲୋଇସିଙ୍ଗା ବ୍ଲକ ସ୍ଥିତ ଯୋଗୀସର୍ଡା ମନ୍ଦିରର ନିର୍ମାଣ କାର୍ୟ୍ୟର ତଦାରଖ କରିବା ସହ ମନ୍ଦିର କମିଟି ସହ ଆଲୋଚନା କରିଥିଲେ। ମନ୍ଦିରର ଚତୁଃପାର୍ଶ୍ବର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଅନୁଦାନ ପାଣ୍ଠିରୁ ୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା ।ପରେ ହରିହର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବହୁମୂଖୀ କକ୍ଷ ର ନିର୍ମାଣ କାର୍ୟ୍ୟ ତଦାରଖ କରିଥିଲେ। ବାଦିବାହାଲ ଗ୍ରାମପଞ୍ଚାୟତରେ ନିର୍ମାଣ ହୋଇଥିବା ମୁଖ୍ୟମନ୍ତ୍ରୀ ସଭାଘରର ପରିଦର୍ଶନ କରିଛନ୍ତି ଶ୍ରୀ ତ୍ରିପାଠୀ। ଗାଇଖାଇ ଇକୋ ଟୁରିଜିମ୍ ପ୍ରୋଜେକ୍ଟ ପରିଦର୍ଶନ କରିଛନ୍ତି ପରିଷଦର ଅଧ୍ୟକ୍ଷ ।

- Advertisement -

ଏହାକୁ ପର୍ୟ୍ୟଟନ ସ୍ଥଳୀ ଭାବେ ଗଢିତୋଳିବାକୁ ଅନେକ ଦିନରୁ ଦାବି ହୋଇ ଆସୁଥିଲା ତେଣୁ ୭୩ ଲକ୍ଷ ଟଙ୍କାର ଅନୁଦାନରେ ଏହାକୁ ଏକ ଆକର୍ଷଣୀୟ ପର୍ୟ୍ୟଟନ ସ୍ଥଳୀରେ ପରିଣତ କରାଯାଇଛି। ମୋଟର୍ ବୋଟ୍, ୱାଚ୍ ଟାୱ୍ବାର, ଜେଟି, ୱାଟର୍ ସ୍କୁଟର୍, ପାନୀୟ ଜଳ ବ୍ୟବସ୍ଥା, ପିକନିକ୍ ପାଇଁ ସ୍ଥାନ ଆଦିର ବ୍ୟବସ୍ଥା କରାଯାଇଛି। ଗସ୍ତ କାର୍ୟ୍ୟକ୍ରମରେ ଜିଲାପାଳ ଚଞ୍ଚଳ ରଣା ଉପସ୍ଥିତ ଥିବା ବେଳେ ପରିଷଦର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଡ଼ ଅଜିତ୍ କୁମାର ମିଶ୍ର ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories