www.samajalive.in
Sunday, December 14, 2025
15.1 C
Bhubaneswar

ଅଞ୍ଚଳର ବିକାଶକୁ ଅଣଦେଖା: ବିଧାୟକ ହଟହଟା

ଲାଞ୍ଜିଗଡ଼: ଭୋଟ ବେଳେ କେତେ କଥା କହିଥିଲ, ତମମାନଙ୍କର ସେବା କରିବି ବୋଲି ମୁଣ୍ଡିଆ ମାରୁଥିଲ। ଅଞ୍ଚଳରେ ରାସ୍ତା କରିଦେବି, ମୋବାଇଲ୍ ଟାୱାର ବସେଇବି ବୋଲି କଥା ଦେଇଥିଲ। କୁଆଡ଼େ ଗଲା ତମର କଥା, ତମର ପ୍ରତିଶ୍ରୁତି। ଖାଲି ଫଟୋ ଉଠାରେ ତମର ଦିନ ବିତୁଛି। ଫଟୋ ଉଠାଇ ଫେସବୁକରେ ଛାଡ଼ିଦେଲେ ଆମର ଦୁଃଖ ଦୂର ହେଉନି। ତମର ଫଟୋ ସଉକ ଆମର କେଉଁ କାମକୁ, କାମ ତ କରିପାରୁନ। ପ୍ରତିଶ୍ରୁତି ଦେଉଥିଲ କାହିଁକି ବୋଲି କହିବା ସହିତ ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ତ୍ରିଲୋଚନପୁର ଗସ୍ତରେ ଯାଇଥିବା ଜିଲ୍ଲା ପରିଷଦ ସଭ୍ୟଙ୍କୁ ଜୋରଦାର ବିରୋଧ କରିଛନ୍ତି ଅଞ୍ଚଳବାସୀ। ଶହଶହ ଉତ୍ୟକ୍ତ ପୁରୁଷ ଓ ମହିଳା ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟଙ୍କୁ ବିରୋଧ କରିବା ସହ ତ୍ରିଲୋଚନପୁର ଗସ୍ତରେ ଯାଇଥିବା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ମଧ୍ୟ ହଟହଟା ହେବାକୁ ପଡ଼ିଛି। ଏପରିକି ତ୍ରିଲୋଚନପୁର ପଞ୍ଚାୟତରେ ବିଧାୟକଙ୍କ ଦ୍ବାରା ହେବାକୁ ଥିବା ବିଭିନ୍ନ ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଏଥିଯୋଗୁଁ ବାତିଲ ହୋଇଥିବା ସୂଚନା ମିଳିଛି।

ଲୋକଙ୍କ ଅଭିଯୋଗ ଅନୁସାରେ, ବ୍ଲକର ଦୁର୍ଗମ ତ୍ରିଲୋଚନପୁର ପଞ୍ଚାୟତକୁ ରାସ୍ତା ଭଙ୍ଗାଦଦରା ହୋଇ ପଡ଼ିଥିବାବେଳେ ଲୋକେ ବଳଭଦ୍ରପୁରରୁ ଆମଗୁଡ଼ା ଓ ଆମଗୁଡ଼ାରୁ ତ୍ରିଲୋଚନପୁରକୁ ରାସ୍ତା ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି କରିଆସୁଛନ୍ତି। ରାସ୍ତା ଠିକ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇ ପାରୁ ନ ଥିବାବେଳେ ଏବେ ଚଳାଚଳ ଆରମ୍ଭ କରିଥିବା ଲକ୍ଷ୍ମୀ ବସ୍ ମଧ୍ୟ ଦୁଇଦିନ ଚାଲିଲା ପରେ ଗାଁକୁ ଯାଉନାହିଁ। ତେବେ ଗତ ପଞ୍ଚାୟତ ନିର୍ବାଚନ ସମୟରେ ଦୁର୍ଗମ ଅଞ୍ଚଳରେ ବିକାଶର ସ୍ବପ୍ନ ଦେଖାଇ ପରୀକ୍ଷିତ ନାଏକ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ସେ ପୂରଣ କରିପାରୁନଥିବା ପ୍ରସଙ୍ଗକୁ ନେଇ ତାଙ୍କ ବିରୁଦ୍ଧରେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ନିର୍ବାଚିତ ହେବା ପରେ ସେ ଲୋକଙ୍କୁ ଧରାଛୁଆଁ ଦେଉନଥିବା ଅଭିଯୋଗ ହେଉଥିବାବେଳେ କେବଳ ବିଭିନ୍ନ କାମ ନାଁରେ ଫଟୋ ଉଠାଇ ଏମିତି କଲି, ସେମିତି କଲି ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଲାଇକ୍, କମେଣ୍ଟ ସାଉଁଟିବା ନେଇ ଲୋକେ ଅଭିଯୋଗ କରିବା ସହିତ ତାଙ୍କ ବିରୋଧରେ ନାରାବାଜୀ କରିଥିଲେ। ଏପରିକି ରାସ୍ତାର ଦୁରବସ୍ଥା ନେଇ ବିଧାୟକଙ୍କ ନିକଟରେ ଏକାଧିକ ଦରଖାସ୍ତ ଦେଇଥିଲେ ମଧ୍ୟ ବିଧାୟକ ନିରବ ରହିବା ଘଟଣାକୁ ନେଇ ଲୋକେ ଅତିମାତ୍ରାରେ ଉତ୍ୟକ୍ତ ହୋଇପଡ଼ିଥିଲେ। ଏହାକୁ ନେଇ ଆଜି ତ୍ରିଲୋଚନପୁର ଗସ୍ତରେ ଯାଇଥିବା ବିଧାୟକ ଓ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଲୋକେ ଘେରିଯାଇ ପ୍ରଶ୍ନ କରିବା ସହିତ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ନଦେଲେ ଉଦଘାଟନ କରାଇଦେବୁ ନାହିଁ ବୋଲି ଅଡ଼ି ବସିଥିବାବେଳେ ବିଧାୟକ ଉଦଘାଟନ ନକରି ଫେରି ଆସିଥିବା ଜଣାପଡ଼ିଛି। ଖୋଦ୍ ବିଧାୟକ ନିରାଶ ହୋଇ ଫେରିବାକୁ ବାଧ୍ୟ ହେଲେ। ବିଧାୟକଙ୍କ ଏହି ଗସ୍ତ ସମୟରେ ସମିତି ଅଧ୍ୟକ୍ଷା କମଳା ପାତ୍ର, ବିଡିଓ ଶଶାଙ୍କ ପାତ୍ରଙ୍କ ସମେତ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଅନ୍ୟ ପଟେ ବିଧାୟକ ନିଜ ଦଳୀୟ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଲୋକଙ୍କ ବିରୋଧର ସମ୍ମୁଖୀନ ହେବା ଯୋଗୁଁ ଆଗାମୀ ନିର୍ବାଚନ ସମୟରେ ପ୍ରଭାବିତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories