www.samajalive.in
Sunday, December 14, 2025
26.1 C
Bhubaneswar

ଫାଇନାଲ ପାଇଁ ରୋହିତଙ୍କୁ ବେକହାମଙ୍କ ଶୁଭକାମନା

ମୁମ୍ବଇ  : କ୍ରିକେଟ୍‌ ବିଶ୍ବକପ୍‌ର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତୀୟ କ୍ରିକେଟ୍‌ ଦଳ। ଏହି ମ୍ୟାଚ୍‌ ଦେଖିବାକୁ ୱାଙ୍ଖଡେ ଷ୍ଟାଡିୟମରେ ଉପସ୍ଥିତ ଥିଲେ ପ୍ରଖ୍ୟାତ ଫୁଟବଲ ଖେଳାଳି ଡେଭିଡ ବେକହାମ।
ଫାଇନାଲ ମ୍ୟାଚ୍‌ ପାଇଁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଶୁଭକାମନା ଜଣାଇଛନ୍ତି ବେକହାମ। ସାମାଜିକ ଗଣମାଧ୍ୟମରେ ରୋହିତଙ୍କ ସହ ସାକ୍ଷାତ କରିବା ସମୟର ଫଟୋ ଛାଡ଼ି ବେକହାମ ଉଲ୍ଲେଖ କରିଛନ୍ତି ଯେ ରୋହିତଙ୍କ ପରି ଜଣେ ଦକ୍ଷ ଅଧିନାୟକଙ୍କୁ ଭେଟି ସେ ବହୁତ ଖୁସି ଅଛନ୍ତି। ରୋହିତଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଫାଇନାଲରେ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାବାଦୀ। ସୂଚନାଥାଉକି ୟୁନିସେଫ୍‌ର ଦୂତ ଭାବେ ବେକହାମ ବିଶ୍ବକପ୍‌ର ସେମିଫାଇନାଲ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ବେକହାମ ୧୯୯୬ରୁ ୨୦୦୯ ପର୍ଯ୍ୟନ୍ତ ଇଂଲଣ୍ଡ ଜାତୀୟ ଫୁଟବଲ ଦଳ ତରଫରୁ ୧୦୦ରୁ ଅଧିକ ମ୍ୟାଚ୍‌ ଖେଳିଥିଲେ। ଏହାବାଦ୍‌ ସେ ମାଞ୍ଚେଷ୍ଟର ୟୁନାଇଟେଡ୍‌, ରିଅଲ୍‌ ମାଦ୍ରିଦ୍‌, ଏସି ମିଲାନ, ପ୍ୟାରିସ ସେଣ୍ଟ ଜର୍ମେନ ଓ ଏଲ୍‌ଏ ଗ୍ୟାଲେକ୍ସି ଭଳି ବଡ଼ ଦଳ ତରଫରୁ ଖେଳିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories