www.samajalive.in
Sunday, December 14, 2025
23.1 C
Bhubaneswar

ପୂରଣ ହେଲା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଅଧୁରା ସ୍ବପ୍ନ

ଲାଞ୍ଜିଗଡ଼ : ଦୀର୍ଘ ଦିନ ଧରି ଲୋକେ ଦାବି କରି ଆସୁଥିଲେ ପୋଲଟିଏ ପାଇଁ । ପୋଲଟିଏ ପାଇଁ କରିଥିଲେ ନିର୍ବାଚନ ବର୍ଜନ। ଏପରିକି ରାସ୍ତାରୋକ କରିଥିଲେ କିନ୍ତୁ ସେମାନଙ୍କ ଦାବି ପୂରଣ ହୋଇପାରୁନଥିଲା। ରାସ୍ତା ଓ ପୋଲ ସେମାନଙ୍କ ପାଇଁ ସ୍ବପ୍ନ ହୋଇ ରହିଯାଇଥିଲା। ତେବେ ଅଞ୍ଚଳବାସୀଙ୍କ ସେଇ ଦୀର୍ଘ ଦିନର ଅଧୁରା ସ୍ବପ୍ନ ଏବେ ପୁରା ହେବାକୁ ଯାଉଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ଼ ପଞ୍ଚାୟତର କିଡ଼ିଙ୍ଗ ଛକରୁ ମାଡ଼ିବନ୍ଧା ଦେଇ ମାହେଶ୍ବରୀପୁରକୁ ରାସ୍ତା ଓ ସାନ୍ଦୁଲ ନଦୀରେ ପୋଲ ନିର୍ମାଣକୁ ନେଇ ବାଟ ଫିଟିଛି। ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ଉଦ୍ୟମ କ୍ରମେ ଆରମ୍ଭ ହେବାକୁ ଯାଉଥିବା ରାସ୍ତା ଓ ପୋଲ ନିର୍ମାଣକୁ ନେଇ ଅଞ୍ଚଳବାସୀ ବେଶ୍ ଉତ୍ସାହିତ ଥିବାବେଳେ ଆଜି ବିଧାୟକ ଶ୍ରୀ ଦିଶାରୀ ଏହାର ଶୁଭ ଦେଇଛନ୍ତି।  ବିଧାୟକ ଶ୍ରୀ ଦିଶାରୀଙ୍କ ସହିତ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗ ଦେଇଥିଲେ।
କଳାହାଣ୍ଡି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳୀ ମାଝୀ, ଲାଞ୍ଜିଗଡ଼ ରୋଡ଼ ସରପଞ୍ଚ ମମତା ଶବର, ସମିତିସଭ୍ୟା ମୁକ୍ତା ଭୋଇ, ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ବିଜେଡି ଜୋନ୍ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ବିଜେଡି ଜିଲ୍ଲା ସଂପାଦକ ଜଗଦୀଶ ବେନିଆଁ, ପାତ୍ର ମାଝୀ, ବରିଷ୍ଠ ବିଜେଡି ନେତା ହରିଶ୍ଚନ୍ଦ୍ର ବୁଦ୍ଧିଆ, ହରିଶଙ୍କର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କିଡ଼ିଙ୍ଗ, ମାଡ଼ିବନ୍ଧା, ମାହେଶ୍ବରୀପୁର ଅଞ୍ଚଳର ବହୁ ସଂଖ୍ୟକ ପୁରୁଷ ମହିଳା ଯୋଗ ଦେଇଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories