www.samajalive.in
Monday, December 8, 2025
14.1 C
Bhubaneswar

୧୯ରେ ମହାଲଢ଼େଇ : ୨୦ ବର୍ଷ ପରେ ପୁଣି ଭାରତ-ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ  : ଆଇସିସି ଦିନିକିୖଆ କ୍ରିକେଟ ବିଶ୍ବକପ ଅଷ୍ଟମ ସଂସ୍କରଣ-୨୦୨୩ର ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ। ଜୋହାନର୍ସବର୍ଗର ୱାଣ୍ଡରସ ଷ୍ଟାଡ଼ିୟମରେ ଖେଳାଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆ ୧୨୫ରନରେ ଭାରତକୁ ପରାସ୍ତ କରି ତୃତୀୟ ଥର ପାଇଁ ବିଶ୍ବକପ ଜିତିଥିଲା। ତାରକା ଖଚିତ ଭାରତର ଦ୍ବିତୀୟ ଥର ବିଶ୍ବକପ ଟ୍ରଫି ଜିତିବାର ସ୍ବପ୍ନକୁ ରିକି ପଣ୍ଟିଂଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ଅଧୁରା ରଖିଥିଲା। ଦୀର୍ଘ ୨୦ ବର୍ଷ ପରେ ପୁଣି ଥରେ ବିଶ୍ବ କ୍ରିକେଟର ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଅଷ୍ଟ୍ରେଲିଆ ୨୦୨୩ ବିଶ୍ବକପର ଫାଇନାଲରେ ମୁହଁାମୁହିଁ ହେବାକୁ ଯାଉଛନ୍ତି। ଏଥର କିନ୍ତୁ ଭିନ୍ନ ସ୍ଥିତି ରହିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ୧୯ରେ ଖେଳାଯିବାକୁ ଥିବା ଏହି ମହା ମୁକାବିଲାକୁ ନେଇ ଉତ୍କଣ୍ଠା ଓ ରୋମାଞ୍ଚ ବଢିଛି। ରୋହିତ ଶର୍ମାଙ୍କ ନେତୃ୍ତ୍ବାଧିନ ଭାରତ ଚଳିତ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରୁଛି। ଦଳ କ୍ରମାଗତ ୧୦ଟି ବିଜୟ ସହ ଅପରାଜୟ ଭାବେ ଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ଦୁଇ ମ୍ୟାଚରେ ପରାଜିତ ହେବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଦଳ କ୍ରମାଗତ ୮ଟି ବିଜୟ ସହ ଫାଇନାଲରେ ପହଞ୍ଚିଛି। ଏବେ ଅପେକ୍ଷା ୧୯କୁ। ଭାରତ ୨୦ ବର୍ଷ ତଳର ପ୍ରତିଶୋଧ ନେଉଛି କି ଅଷ୍ଟ୍ରେଲିଆ ୬ଷ୍ଠ ଥର ବିଶ୍ବକପ ଟ୍ରଫି ଜିତୁଛି ; ଏବେ କେବଳ ୧୯କୁ ଅପେକ୍ଷା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories