www.samajalive.in
Sunday, December 14, 2025
23.1 C
Bhubaneswar

ଖୋର୍ଦ୍ଧାରେ ସର୍ବାଧିକ ୪୮୯୦ ଡେଙ୍ଗୁ ରୋଗୀ

ଭୁବନେଶ୍ୱର: ଉପକୂଳରୁ ସୀମାନ୍ତବର୍ତ୍ତୀ ଅଞ୍ଚଳ ତଥା ଶିଳ୍ପାଞ୍ଚଳ, ସବୁଠି ଏବେ ଡେଙ୍ଗୁ ଭୟ ଘାରିଛି । ଏବେ ବର୍ଷ ତମାମ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାର ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ଗ୍ରହଣ କରୁଛି। ବିଶେଷ କରି ସଚେତନତା ଓ ପରୀକ୍ଷଣକୁ ବିଭାଗ ଗୁରୁତ୍ବ ଦେଉଛି। ତେବେ ଚଳିତ ବର୍ଷ ରାଜ୍ୟରେ ରେକର୍ଡ ଭାଙ୍ଗିଛି ଡେଙ୍ଗୁ। ବିଗତ ୮ ବର୍ଷ ତୁଳନାରେ ସର୍ବାଧିକ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଜାନୁଆରୀ ପହିଲାରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ରାଜ୍ୟରେ ୧,୫୧,୪୯୧ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିବାବେଳେ ସେଥିମଧ୍ୟରୁ ୧୨,୦୬୫ ଡେଙ୍ଗୁ ସଂକ୍ରମିତ ହୋଇଛନ୍ତି। ତେବେ ଚିହ୍ନଟଙ୍କ ମଧ୍ୟରୁ କାହାରି ଡେଙ୍ଗୁ ଜନିତ ମୃତ୍ୟୁ ହୋଇ ନ ଥିବା ଜଣାପଡ଼ିଛି।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସହିତ ତୃଣମୂଳସ୍ତରରେ ଆଶାକର୍ମୀ କାର୍ଯ୍ୟ କରୁଛନ୍ତି। ଏହାସହିତ ମହାନଗର ନିଗମ ଏବଂ ଜିଲାୱାରୀ ସମୀକ୍ଷା କରାଯାଇ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାସତ୍ତ୍ବେ ୨୦୧୬ ମସିହାରୁ ୨୦୨୩ ମଧ୍ୟରେ ଚଳିତ ବର୍ଷ ସର୍ବାଧିକ ପରୀକ୍ଷଣ ଓ ସଂକ୍ରମିତ ହୋଇଛନ୍ତି। ଗତ ବର୍ଷ ଅପେକ୍ଷା ତିନିଗୁଣ ପରୀକ୍ଷଣ ଓ ପ୍ରାୟ ଦେଢଗୁଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଗତ ବର୍ଷ ଏହି ସମୟରେ ରାଜ୍ୟରେ ୪୭,୪୭୦ ପରୀକ୍ଷଣ କରାଯାଇଥିବାବେଳେ ୬୩୩୪ ସଂକ୍ରମିତ ହୋଇଥିଲେ। ସେହିପରି ଚଳିତ ବର୍ଷ ରାଜ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୮୯୦ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ପୁରୀ ୧୩୪୯,ବାଲେଶ୍ବର ୧୨୩୯, କଟକ ୯୦୧, ଜଗତସିଂହପୁରରୁ ୫୭୧ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡା ୨୦୨୨ ରେ ୫୪,୧୯୦ ନମୁନାରୁ ୭୦୬୩, ୨୦୨୧ରେ ୪୨,୬୩୮ନମୁନାରୁ ୭୫୪୮, ୨୦୨୦ରେ ୫୫୮୨ ନମୁନାରୁ ୪୯୬, ୨୦୧୯ରେ ୨୮,୪୯୭ ନମୁନାରୁ ୩୭୫୮, ୨୦୧୮ରେ ୩୦,୬୩୬ ନମୁନାରୁ ୫୧୯୮, ୨୦୧୭ ରେ ୨୩୬୦୦ ନମୁନାରୁ ୪,୧୫୬ ଏବଂ ୨୦୧୬ରେ ୪୪,୫୩୧ ନମୁନା ପରୀକ୍ଷଣରୁ ୮,୩୮୦ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅନ୍ୟପକ୍ଷରେ ରାଜ୍ୟ ବିଭିନ୍ନ ହସ୍ପିଟାଲକୁ ଡେଙ୍ଗୁ ମୁକ୍ତ ପରିବେଶ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଅଣ୍ଟା ଭିଡ଼ିଛି। ବିଭିନ୍ନ ହସ୍ପିଟାଲରେ ମଶା ନ ପଶିବା ପାଇଁ ଜାଲି ଲଗାଯିବା ସହିତ ଆବଶ୍ୟକସ୍ଥଳେ ମଶା‌ଧୂଆଁ ମେସିନ ବ୍ୟବସ୍ଥା କରାଯିବ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories