www.samajalive.in
Sunday, December 14, 2025
18.1 C
Bhubaneswar

ଚାଷୀଙ୍କୁ ରିଆତି ଦରରେ ଆଳୁ ବିହନ ବଣ୍ଟନ

ଆଠଗଡ :  ଆଠଗଡ  ଉଦ୍ୟାନ କୃଷି ବିଭାଗ ତରଫରୁ ଗୁରୁବାର ପ୍ରଥମ ପର୍ଯ୍ୟାୟରେ କେତେକ ପଞ୍ଚାୟତର ଚାଷୀମାନଙ୍କୁ ୭୫% ରିଆତି ଦରରେ ଆଳୁ ବିହନ ଯୋଗାଇ ଦିଆଯାଇଛି । ସ୍ଥାନୀୟ ମହିଳା କଲେଜ ସମ୍ମୁଖ ପଡିଆରେ ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ ବିଷ୍ଣୁପ୍ରସାଦ ସିଂହଙ୍କ ସଂଯୋଜନାରେ ଅନୁ୍‌‌ଷ୍ଠିତ ଏହି ଆଳୁ ବିହନ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୃଷି ସୂଚନା ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତ ଓ ସମ୍ମାନିତ ଅତିଥି ଭାବେ ରାଜ୍ୟ ବିହନ ଜୈବିକ ପ୍ରାମାଣିକ ସଂସ୍ଥାର ନିର୍ଦ୍ଦେଶକ ନିରାକାର ଲେଙ୍କା ଯୋଗଦେଇ ରାଜ୍ୟରେ ଆଳୁର ଅଭାବ ମେଣ୍ଟାଇବା ପାଇଁ ରାଜ୍ୟ ସରକାର ଆଳୁ ମିଶନ ଜରିଆରେ ଚାଷୀମାନଙ୍କୁ ବ୍ୟାପକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ। ଆଳୁ ଏକ ଅର୍ଥକରୀ ଓ ବହୁଳ ବ୍ୟବହାର ହେଉଥିବା ପରିବା ହୋଇଥିବାରୁ ଚାଷୀମାନେ ଅଧିକରୁ ଅଧିକ ଆଳୁଚାଷ ପାଇଁ ଆଗ୍ରହ ପ୍ରକାଶ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଆଳୁ ଚାଷ କରୁଥିବା ଚାଷୀମାନଙ୍କୁ ଆଳୁଗଛ ବଢିବା କ୍ଷଣି ଅଧ ଏକରକୁ ୪୪୦୦ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ସିଂହ ପ୍ରକାଶ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଆସିଥିବା ୩୦୦କୁଇଣ୍ଟାଲ ଆଳୁ ବିହନ ବେଣ୍ଟପଦା, କଣ୍ଡରେଇ, ଇଚ୍ଛାପୁର, ଧୁରୁଷିଆ, କଟକିଆ ସାହି ଓ ମେଘା ପଞ୍ଚାୟତର ୧୮୦ଜଣ ଚାଷୀଙ୍କୁ ରିଆତି ଦରରେ ପ୍ରଦାନ କରାଯାଇଥିଲା । ୨ୟ ପର୍ଯ୍ୟାୟରେ ଅନ୍ୟ ପଞ୍ଚାୟତ ଗୁଡିକର ଆଗ୍ରହୀ ଚାଷୀଙ୍କୁ ଖୁବ୍‌‌ ଶୀଘ୍ର ଆଳୁ ବିହନ ଯୋଗାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସହକାରୀ ଉଦ୍ୟାନ କୃଷି ଅଧିକାରୀ ଧନଞ୍ଜୟ ରାଉତ ଏବଂ ଅନ୍ୟ ଅଧିକାରୀ ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories