www.samajalive.in
Saturday, December 13, 2025
26.1 C
Bhubaneswar

ଚୋରି ଅଭିଯୋଗରେ ୨ ଗିରଫ

ଚୌଦ୍ୱାର : ଚୌଦ୍ୱାର ପୁଲିସ ୨ଜଣ ଚୋରଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି। ସେମାନେ ହେଲେ ଏହି ଥାନା ମହିସାଲଣ୍ଡା ପଞ୍ଚାୟତ ମାଛପଙ୍ଗୀ ଗ୍ରାମର ଅଶୋକ ଦେହୁରୀ ଓ ସୋମନାଥ ଦେହୁରୀ। ସେମାନଙ୍କ ନିକଟରୁ ପୁଲିସ ୨ଟି ଚୋରି ପଙ୍ଖା ଜବତ କରିଛି । ପୁଲିସ ସୂଚନା ଅନୁଯାୟୀ ଅଭିଯୁକ୍ତ ଦୁଇଜଣ ଗତ ସେପ୍ଟେମ୍ବର ମାସ ୨୭ ତାରିଖରେ ମାଛପଙ୍ଗୀ ନିକଟସ୍ଥ ବନ୍ତୋ ଗ୍ରାମରେ ଥିବା ଏକ ଫାର୍ମରୁ ପାଣି ପମ୍ପ, ଟ୍ରାକ୍ଟର ଟାୟାର ଓ ୨ଟି ସିଲିଂ ଫ୍ୟାନ୍ ଚୋରି କରିଥିବା ଫାର୍ମ ମାଲିକ ଜୀବନ ମହାନ୍ତି ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ସେମାନଙ୍କ ଗ୍ରାମରୁ ଗିରଫ କରିଥିଲେ। ପମ୍ପ ଓ ଟାୟାର ବିକ୍ରି କରିଦେଇଥିବା ଅଭିଯୁକ୍ତ ଦ୍ୱୟ ପୁଲିସ ନିକଟରେ ସ୍ବୀକାର କରିଥିବା ଜଣାପଡ଼ିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories