www.samajalive.in
Sunday, December 14, 2025
18.1 C
Bhubaneswar

ବିଜେପିର ଜନ ଆକ୍ରୋଶ ବିକ୍ଷୋଭ ସମାବେଶ

ଆଠଗଡ :  ରାଜ୍ୟ ବିଜେପିର ଆହ୍ୱାନ କ୍ରମେ ଆଠଗଡ ଭାରତୀୟ ଜନତା ଦଳ ପକ୍ଷରୁ ବୁଧବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜନ ଆକ୍ରୋଶ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ବ୍ରଜେନ୍ଦ୍ର କୁମାର ରାୟ, ବରିଷ୍ଠ ନେତା ଅଭୟ କୁମାର ବାରିକ ଓ ଜିଲ୍ଲା ସାଧାରଣ ସଂପାଦକ ରାମନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ରଥଗଡା ଛକଠାରୁ ଶତାଧିକ ବିଜେପି କର୍ମୀ ଓ ନେତା ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ଲୋକସଭା ସଂଯୋଜକ ସୁକାନ୍ତ ବିଶ୍ୱାଳ, ଆଠଗଡର ବରିଷ୍ଠ ନେତା ଶ୍ରୀ ରାୟ, ଶ୍ରୀ ବାରିକ, ଶ୍ରୀ ମହାନ୍ତି, ବିଧାନସଭା ନିର୍ବାଚନ ମଣ୍ଡଳୀ ସଂଯୋଜକ ବିକ୍ରମ କେଶରୀ ଦାଶଙ୍କ ସମେତ ବହୁ ନେତା ଉଦ୍‌‌ବୋଧନ ଦେଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ସବୁ କ୍ଷେତ୍ରରେ ଦୁର୍ନୀତିର ସୀମା ଟପି ଯାଇଛନ୍ତି ବୋଲି ଅଭିଯୋଗ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଶୌଚାଳୟ ଯୋଗାଣରେ ମହାଦୁର୍ନୀତି, ପ୍ରତ୍ୟେକ କ୍ଷେତ୍ରରେ ସୀମାହୀନ ଲାଞ୍ଚ କାରବାର ଏପରିକି ଭତ୍ତା ପାଇଁ ଗରିବଗୁରୁବାଙ୍କ ଠାରୁ ଶାସକ ଦଳର ନେତା ଲାଞ୍ଚ ନେଉଥିବା ବିଜେପି ନେତା ଅଭିଯୋଗ କରିଥିଲେ। ସେହିପରି ଆଠଗଡ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏଠାରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେଉଥିବା ଏବଂ ବିକାଶ ନାମରେ ବିନାଶ କରୁଥିବା ସେମାନେ ପ୍ରକାଶ କରିଥିଲେ। ଏହି ସମାବେଶରେ ବରିଷ୍ଠ ନେତା ପ୍ରକାଶ ବଡଜେନା, ନଗର ମଣ୍ଡଳ ସଭାପତି ହେମନ୍ତ କୁମାର ମହାନ୍ତି, ମଣ୍ଡଳ ସଭାପତି ତପନ ଲେଙ୍କା, ସନ୍ତୋଷ ରାଉତ, ବରିଷ୍ଠ କାର୍ଯ୍ୟକର୍ତ୍ତା ଶଙ୍କର୍ଷଣ ମହାନ୍ତି, ରମାକାନ୍ତ ସେନାପତି, ସରୋଜ ଦାସ, ସୋମନାଥ ବେହେରା, ନୂତନ ରାଉତ, ନଚିକେତା ପରମାଣିକ, ବିଜୟ ପରିଡା, ସନ୍ତୋଷ ବେହେରା, ପ୍ରକାଶ କୁମାର ସେଠୀ, ପୀତବାସ ନାୟକ, ମହିଳା ମୋର୍ଚ୍ଚା ନେତ୍ରୀ ଇଲା ପଣ୍ଡା, ମମତା ନାଏକ, ସୁବାସ ମହାନ୍ତି, ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ସୂଚନା ଥାଉକି ନିକଟରେ ଆଠଗଡରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏକ ବିଶାଳ ସମାବେଶ ବିଜେପି ନେତା ଅଭୟ କୁମାର ବାରିକଙ୍କ ଦ୍ୱାରା ଆୟୋଜିତ ହୋଇଥିବାବେଳେ ସେଥିରେ ଗତ ନିର୍ବାଚନ ଗୁଡିକରେ ବିଜେପି ପାର୍ଥୀ ହୋଇଥିବା ବ୍ରଜେନ୍ଦ୍ର କୁମାର ରାୟ, ରାମନାରାୟଣ ମହାନ୍ତି ଓ ବିକ୍ରମ କେଶରୀ ଦାଶ ଯୋଗ ଦେଇନଥିବାରୁ ବିଜେପି ମଧ୍ୟରେ ଗୋଷ୍ଠୀକନ୍ଦଳ ତୀବ୍ର ଥିବା ଚର୍ଚ୍ଚା ହେଉଥିଲା । ତେବେ ଆଜିର ଏହି ଜନ ଆକ୍ରୋଶ ସମାବେଶରେ ଶ୍ରୀ ବାରିକଙ୍କ ସହିତ ଅନ୍ୟ ସମସ୍ତ ବରିଷ୍ଠ ନେତା ଯୋଗଦେଇଥିବାରୁ ଗୋଷ୍ଠୀ କନ୍ଦଳ କିଛିଟା ପ୍ରଶମିତ ହୋଇଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ବିଜେପିର ଏହି ସମାବେଶକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories