www.samajalive.in
Saturday, December 13, 2025
26.1 C
Bhubaneswar

ଜଗମୋହନ ମରାମତି, କଡା ଆଭିମୁଖ୍ୟ ଗ୍ରହଣ କଲେ ହାଇକୋର୍ଟ

ଡେସ୍କ: ଆସନ୍ତା କାଲିଠାରୁ ଅର୍ଥାତ ଗୁରୁବାର ଠାରୁ ଜଗମୋହନ ମରାମତି କାମ ଆରମ୍ଭ କରିବା ଲାଗି ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା – ଏଏସଆଇକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ଏହି ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, କାମ ଖୁବଶୀଘ୍ର ସାରିବାକୁ ହେବ। ପ୍ରତ୍ୟେକ ୧୫ ଦିନରେ ମରାମତି କାମର ଅଗ୍ରଗତି ସମ୍ପର୍କିତ ରିପୋର୍ଟ କୋର୍ଟରେ ଦାଖଲ କରିବା ଲାଗି ମଧ୍ୟ କୋର୍ଟ ମିତ୍ର (ଆମିକସକ୍ୟୁରୀ)ଙ୍କୁ କୋର୍ଟ ନିର୍ଦ୍ଦେଶ ହୋଇଛି। ଶ୍ରୀମନ୍ଦିର ଜଗମୋହନ ଏବଂ ନାଟ ମଣ୍ତପ ମରାମତି ସମ୍ପର୍କିତ ମାମଲାରେ ଆଜି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଛି ଏବଂ ଆସନ୍ତା ଜାନୁୟାରୀ ମାସରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବାକୁ ଯାଉଛି, ତେଣୁ ମରାମତି କାମ ଜାନୁୟାରୀ ୨୪ ପରେ ଆରମ୍ଭ କରିବା ଲାଗି ଏଏସଆଇ ପକ୍ଷରୁ କରାଯାଇଥିବା ଆବେଦନକୁ, ହାଇକୋର୍ଟ ଅଗ୍ରାହ୍ୟ କରିବା ସହିତ ଆସନ୍ତା କାଲିଠାରୁ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମରାମତି କାମ ବେଳେ ଯେପରି ଭକ୍ତମାନଙ୍କ ଲାଗି କୌଣସି ସମସ୍ୟା ରହିବା ନାହିଁ, ବା ମନ୍ଦିର ନୀତିକାନ୍ତିରେ ଯେପରି ବିଭ୍ରାଟ ନହେବ, ସେଥିପ୍ରତି ଯତ୍ନବାନ ହେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୭ ମସିହା ଠାରୁ ମରାମତି ବାବଦୀୟ ବିଭିନ୍ନ ପଦକ୍ଷେପ ନିଆଯାଇଥିଲେ ସୁଦ୍ଧା ତାହା ଏଯାଏଁ ସରିନଥିବାରୁ ହାଇକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories