ମା’କୁ ନିର୍ମମ ଭାବେ ହତ୍ୟା କଲା ପାଗଳ ପୁଅ
ବାଣପୁର: ବାଣପୁର ଥାନା ମଙ୍ଗଳପୁର ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସନ୍ଧ୍ୟାରେ ମଙ୍ଗଳପୁର ଗାଁର ବନମାଳୀ ବେହେରା ନିଜର ଜନ୍ମିତ ୭୦ ବର୍ଷୀୟା ମା’ ସତ୍ୟଭମା ବେହେରାଙ୍କୁ କାତିରେ ହାଣି ନିର୍ମମ ଭାବେ ହତ୍ୟା କରିଛି। ଘରେ କେବଳ ମା ଓ ପୁଅ ରହୁଥିଲେ। ମା’ର ହତ୍ୟାକାରୀ ପୁଅକୁ ପୁଲିସ ଅଟକ ରଖି ଅଧିକ ତଦନ୍ତ କରୁଛି। ଆସନ୍ତା କାଲି ସାଇଣ୍ଟିଫିକ ଟିମ ଆସି ଅଧିକ ତଦନ୍ତ କରିବେ ବୋଲି ପୁଲିସ ପାଖରୁ ସୂଚନା ମିଳିଛି।
ବନମାଳୀ ଜଣେ ମାନସିକ ବିକାରଗ୍ରସ୍ତ ଏବଂ ଅତ୍ୟଧିକ ନିଶା ଖାଇ ଘରକୁ ଆସେ ଏବଂ ତାର ସ୍ତ୍ରୀ ପିଲାମାନଙ୍କୁ ନେଇ ଦୀର୍ଘ ବର୍ଷ ଧରି ଅଲଗା ରହୁଛନ୍ତି ବୋଲି ବୋଲି ଝିଅ ପ୍ରମିଳା ବେହେରା କହିଛନ୍ତି।
Comments are closed.