www.samajalive.in
Sunday, December 14, 2025
26.1 C
Bhubaneswar

ଆନ୍ତଃ ମହାବିଦ୍ୟାଳୟ ଭଲିବଲ ପ୍ରତିଯୋଗିତା

କୋକସରା : ପାଞ୍ଚୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଆନ୍ତଃ ମହାବିଦ୍ୟାଳୟ ଭଲିବଲ ପ୍ରତିଯୋଗିତା ସୋମବାର ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ସ୍ଥାନୀୟ ଠାକୁରାଣୀ ମନ୍ଦିରରୁ ମଶାଲ ଶୋଭାଯାତ୍ରରେ ବାହାରି ସହର ପରିକ୍ରମା କରି ମହାବିଦ୍ୟାଳୟ ଖେଳପଡ଼ିଆ ମଞ୍ଚଠାରେ ପହଞ୍ଚିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପୁଷ୍ପରାଜ ମେହେରଙ୍କ ଅଧ୍ୟକ୍ଷତାରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନେହପ୍ରଭା ମାଝୀ ଯୋଗଦେଇ ଖେଳ ପ୍ରତିଯୋଗିତାକୁ  ଉଦଘାଟନ କରିଥିଲେ। ସମ୍ମାନୀୟ ଅତିଥି ଭାବେ କଳାହାଣ୍ଡି ବିଶ୍ବବିଦ୍ୟାଳୟର କ୍ରୀଡା ପରିଷଦ ସଚିବ ଘନଶ୍ୟାମ  ବେହେରା, ଲଡ଼ୁଗାଁ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼. ନିହାର କାନ୍ତ ପଣ୍ଡା, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ଅଧ୍ୟାପକ ଅଶ୍ୱିନ କୁମାର ପଟ୍ଟନାୟକ, ଲଷ୍ମୀ ନାରାୟଣ ପ୍ରଧାନୀ, ଶିବ ପ୍ରସାଦ ପ୍ରଧାନୀ, ମଞ୍ଚାସିନ ଥିଲେ । ଅଧ୍ୟାପିକା ବେଦମଇ ବାରିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ସୁବ୍ରତ କୁମାର ବେହେରା ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ।
ପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। କେସିଙ୍ଗା ମହାବିଦ୍ୟାଳୟ ଓ ମହାଲିଙ୍ଗ ମହାବିଦ୍ୟାଳୟ  ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଖେଳଶିକ୍ଷକ ଅମିତ କୁମାର ମହାନ୍ତି, ଅମିତ କୁମାର ଖରସେଲ, ଜ୍ଞାନେନ୍ଦ୍ର ବଢ଼େଇ ଓ ପ୍ରତାପ ଚନ୍ଦ୍ର ବିସି ଖେଳ ପରିଚାଳନା କରିଥିଲେ। ସୁନୀଲ କୁମାର ପ୍ରଧାନୀ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଐରୀ ନାଶନ ଚିନ୍ଦା, ଜଗନ ଚନ୍ଦନି, ଅଧ୍ୟାପିକା କନକ ମଞ୍ଜରୀ ବେହେରା, ଓ ହୃଦାନନ୍ଦ ଧଙ୍ଗଡ଼ାମାଝୀ, ଜିତେନ୍ଦ୍ର ପ୍ରଧାନୀ, ତପନ କୁମାର ବିଶି, ଉଜାଗର ମାଝୀ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories