ଚୌଦ୍ୱାରରେ ଶ୍ୟାମାକାଳୀ ପୁଜା
ଚୌଦ୍ୱାର:ଚୌଦ୍ୱାରର ବିଭିନ୍ନ ସ୍ଥାନରେ କାଳୀପୁଜା ଅନୁଷ୍ଠିତ ହୋଇଯାଇଛି। ବଧୀସ୍ଥିତ ଶ୍ମଶାନ କାଳୀ ମନ୍ଦିରରେ ମା’ ଶ୍ୟାମାକାଳୀଙ୍କର ନାନା ଉପଚାର ପୂଜା ସାଙ୍ଗକୁ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ଶ୍ମଶାନରେ ମନ୍ଦିର ପ୍ରତିଷ୍ଠା କରାଯାଇ ଆଜକୁ ୪୦ ବର୍ଷ ଧରି ପୀଠରେ ଅନୁଷ୍ଠିତ ହେଉଥିବା ଏହି ପୂଜାରେ ଦେବୀ ଦର୍ଶନ ଓ ଭୋଗରାଗ ପାଇଁ ବହୁ ଜନ ସମାଗମ ହୋଇଥିବା ଦେଖିବାକୁ ମିିଳିଥିଲା।
ଅନୁରୂପଭାବେ ବଧୀ ମଠ, ଥର୍ମାଲ ରୋଡ, ଚାରବାଟିଆ, ଥର୍ମାଲ ରୋଡ କାଳୀ ମନ୍ଦିର, ନଖରା, ଶାଳଗାଁ ଆଦି ସ୍ଥାନ ମାନଙ୍କରେ ଅନୁଷ୍ଠିତ ସାର୍ବଜନୀନ କାଳୀପୂଜାରେ ସାରାଦିନ ବ୍ୟାପୀ ହୋମଯଜ୍ଞ ଆଦି ନାନାବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୀଠଗୁଡ଼ିକରେ ଆଲୋକ ସଜା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା।
Comments are closed.